ଗାବା: ଆଡିଲେଡ କ୍ରିକେଟ ଟେଷ୍ଟରେ ଭାରତ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହେବା ପରେ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ପ୍ରବେଶ ରାସ୍ତା କଠିନ ହୋଇଛି । ଗୋଲାପୀ ବଲ ମ୍ୟାଚ ପାଇଁ ଅଧିନାୟକ ରୋହିତ ଶର୍ମା ମିଡିଲ ଅର୍ଡରରେ ବ୍ୟାଟିଂ କରିଥିଲେ । କେଏଲ ରାହୁଲ ଓ ଯଶସ୍ୱୀ ଜୈସୱାଲ ଓପିନଂ ବ୍ୟାଟିଂ କରିଥିଲେ । ରାହୁଲ ଏବଂ ରୋହିତ ଉଭୟ ଫ୍ଲପ ହୋଇଥିଲେ । ଏହା ପରେ ଗାବାରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟରେ ରୋହିତ କେଉଁ ସ୍ଥାନରେ ବ୍ୟାଟିଂ କରିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରିପୋର୍ଟ ମୁତାବକ ରୋହିତ ଏହି କ୍ରମରେ ସଙ୍ଗେ ସଙ୍ଗେ କିଛି ପରିବର୍ତନ କରିବାକୁ ଚାହୁଁ ନାହାନ୍ତି । ଆଉ ଗୋଟିଏ କିମ୍ବା ୨ଟି ମ୍ୟାଚରେ ସେ ମିଡିଲ ଅର୍ଡରରେ ଖେଳିବେ ବୋଲି ସୂଚନା ଦେଇଛନ୍ତି । ଫଳରେ ତୃତୀୟ ଟେଷ୍ଟରେ ରୋହିତ ଓପିନଂ କରିବେ ନାହିଁ ବୋଲି ଏକପ୍ରକାର ଅନୁମାନ କରାଯାଉଛି ।
୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ୧-୧ ସ୍ଥିତିରେ ରହିଛି । ଦିବାରାତ୍ର ଟେଷ୍ଟ ୩ ଦିନ ମଧ୍ୟରେ ଶେଷ ହେବା ପରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଅନ୍ୟ ଖେଳାଳିମାନେ ଅଭ୍ୟାସ କରିଥିଲେ । ପୂର୍ବରୁ ମହାନ ଖେଳାଳି ସୁନୀଲ ଗାଭାସ୍କର ମଧ୍ୟ ହୋଟେଲ ରୁମରେ ବସିବା ଅପେକ୍ଷା ଅଭ୍ୟାସ ଆରମ୍ଭ କରିଦିଅ ବୋଲି କହିଥିଲେ । କୋହଲିଙ୍କ ଅଭ୍ୟାସ ସେଶନକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି । ଗାବା ଟେଷ୍ଟ ଭାରତ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ ବୋଲି ଅନୁମାନ କରାଯାଉଛି । ଏହି ସିରିଜ ରୋହିତ ଏବଂ ବିରାଟ କୋହଲିଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ ।
Comments are closed.