ମୁମ୍ବାଇ: ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ତାର ପରବର୍ତୀ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବ । ଏଥିପାଇଁ ଟିମ ଇଣ୍ଡିଆ ମୁମ୍ବାଇରେ ପଂହଚିଛନ୍ତି । ଅଧିନାୟକ ରୋହିତ ଶର୍ମା ବିମାନରେ ଆସୁଥିବା ବେଳେ ଏକ ଫଟୋ ଶେୟାର କରିଛନ୍ତି । ଏଥିରେ ସେ ମୁମ୍ବାଇର ବାୟୁ ପ୍ରଦୂଷଣ ନେଇ ଚିନ୍ତା ବ୍ୟକ୍ତ କରିବା ସହ ଲେଖିଛନ୍ତି ମୁମ୍ବାଇ ୟେ କ୍ୟା ହୋ ଗୟା । ଏହା ପୂର୍ବରୁ ଇଂଲଣ୍ଡର ସିନିୟର ଖେଳାଳି ଜୋ ରୁଟ ମଧ୍ୟ ଏଥିନେଇ ଚିନ୍ତା ବ୍ୟକ୍ତ କରିଥିଲେ । ସେ କହିଥିଲେ ପୂର୍ବରୁ ମୁଁ ଏ ଭଳି ପରିବେଶରେ କୌଣସି ମ୍ୟାଚ ଖେଳି ନ ଥିଲି । ମ୍ୟାଚ ଖେଳିବା ବେଳେ ଶ୍ୱାସରୁଦ୍ଧ ହେଲା ଭଳି ଲାଗୁଥିଲା ।
ସିପିସିବି ଅନୁସାରେ ମୁମ୍ବାଇର ବାୟୁ ଗୁଣବତା ମଙ୍ଗଳବାର ସକାଳେ ୧୬୧ରେ ରହିଥିଲା । ଯାହାକି ମଧ୍ୟମ ଶ୍ରେଣୀ ଅନ୍ତର୍ଗତ । ସୂଚନାଯୋଗ୍ୟ, ଚଳିତ ବିଶ୍ୱକପରେ ଭାରତ ଜବରଦସ୍ତ ଫର୍ମରେ ରହିଛି । କ୍ରମାଗତ ୬ଟି ମ୍ୟାଚରେ ବିଜୟ ହାସଲ କରିଥିବା ଟିମ ଇଣ୍ଡିଆ ଶ୍ରୀଲଙ୍କାକୁ ହରାଇ ସେମିଫାଇନାଲରେ ପ୍ରବେଶ କରିବାକୁ ଚାହିଁବ । ରୋହିତ ୬ଟି ମ୍ୟାଚରେ ୩୯୮ ରନ ସଂଗ୍ରହ କରିଛନ୍ତି ।
Comments are closed.