Latest Odisha News

BREAKING NEWS

ବାଉଚରଙ୍କ ବୟାନ ପରେ ପତ୍ନୀଙ୍କ ପ୍ରତିକ୍ରିୟା ନେଇ ମୁହଁ ଖୋଲିଲେ ରୋହିତ

ମୁମ୍ବାଇ: ଆଇପିଏଲ ୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟେଇ ଦେଇଛି । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ମୁମ୍ବାଇ ୫ଥର ଚାମ୍ପିୟନ କରାଇଥିବା ରୋହିତଙ୍କୁ ହଟାଇବା ନେଇ ପ୍ରଶଂସକମାନେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ଏପରିକି ମୁମ୍ବାଇର ପ୍ରଶଂସକ ସଂଖ୍ୟା ସୋସିଆଲ ମିଡିଆରେ କମିବାରେ ଲାଗିଛି । କିଛି ଦିନ ତଳେ କୋଚ ମାର୍କ ବାଉଚର ରୋହିତଙ୍କ ଫର୍ମ ଏବଂ ଅନ୍ୟ କାରଣ ଯୋଗୁ ଅଧିନାୟକ ପଦରୁ ହଟାଗଲା ବୋଲି କହିଥିଲେ । ଏପରିକି ଏହା ଦ୍ୱାରା ସେ ଚାପମୁକ୍ତ ହୋଇ ଭଲ ଖେଳିବେ ବୋଲି ବାଉଚର କହିଥିଲେ ।

କୋଚଙ୍କ ଏହି ବୟାନ ରୋହିତଙ୍କ ପତ୍ନୀ ରିତିକାଙ୍କୁ ପସନ୍ଦ ଆସି ନ ଥିଲା । ସେ ଲେଖିଥିଲେ,ବହୁତ କିଛି କଥା ଭୁଲ ରହିଛି । ଶନିବାର ରୋହିତ ପତ୍ନୀଙ୍କ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି ସର୍ବଦା ମୋ ସମର୍ଥନରେ ବାହାରୁଥିବା ରିତିକା । ପ୍ରଶଂସକମାନେ ଏହାକୁ ବାଉଚର ଓ ରିତିକାଙ୍କ କଂମେଟ ସହ ଯୋଡି ଦେଖୁଛନ୍ତି ।

Leave A Reply

Your email address will not be published.