Latest Odisha News

BREAKING NEWS

ରୋହିତ ବିଶ୍ୱକପ ବିଜୟର ଶ୍ରେୟ ଏହି ୩ଜଣଙ୍କୁ ଦେଲେ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଟି୨୦ ବିଶ୍ୱକପ ୨୦୨୪ରେ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛି । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭାରତ ପରାସ୍ତ କରିଥିଲା । ୨୦୦୭ ପରେ ଏହା ଟିମ ଇଣ୍ଡିଆର ଏହି ଫର୍ମାଟରେ ଦ୍ୱିତୀୟ ଟାଇଟଲ । ଅଧିନାୟକ ରୋହିତ ଏବେ ଏହି ୩ଜଣଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି । ଦଳର ଖେଳାଳିମାନଙ୍କ ବ୍ୟତୀତ କ୍ରିକେଟର ୩ଟି ସ୍ତମ୍ଭ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ । ବିସିସିଆଇ ସେକ୍ରେଟାରୀ ଜୟ ଶାହ, କୋଚ ରାହୁଲ ଡ୍ରାଭିଡ ଓ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର ମୋତେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ । ମୋର ସମସ୍ତ କଥା ସେମାନେ ଶୁଣିଥିଲେ ।

ବିଶ୍ୱକପ ଜିତିବା ସମସ୍ତ ଖେଳାଳିଙ୍କ ସ୍ୱପ୍ନ ଥାଏ । ଅଧିନାୟକ ଭାବେ ମୋର ଏହା ସବୁଠାରୁ ସୁଖଦ କ୍ଷଣ ବୋଲି ରୋହିତ କହିଛନ୍ତିି । ଦଳର ସମସ୍ତ ଖେଳାଳି ମନପ୍ରାଣ ଦେଇ ଖେଳିଥିଲେ ବୋଲି ଆମେ ବିଶ୍ୱ ଚାମ୍ପିୟନ ହୋଇପାରିଛୁ । ଟି୨୦ ବିଶ୍ୱକପ ଏଥର ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜିତ ହୋଇଥିଲା । ଡ୍ରାଭିଡଙ୍କ ଭୂମିକା ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ହିଟମ୍ୟାନ କହିଥିଲେ ।

Comments are closed.