ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ମିଳିତ ଭାବେ ଦ୍ରୁତତମ ବ୍ୟାଟର ଭାବେ ବିଶ୍ୱକପରେ ୧୦୦୦ ରନ୍ ପୂରଣ କରିବାର କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ସେହିପରି ଖବର ଲେଖା ହେବା ସୁଦ୍ଧା ଚଳିତ ଇନିଂସରେ ତିନୋଟି ଛକା ମାରି ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୫୫୫ ଛକା ମାରିବାରେ ପ୍ରଥମ ଖେଳାଳି ହୋଇଛନ୍ତି। ରୋହିତଙ୍କ ପଛରେ ରହିଛନ୍ତି ଓ୍ବେଷ୍ଟଇଣ୍ଡିଜର ବ୍ୟାଟର କ୍ରିସ ଗେଲ୍। ଯିଏକି ଅବସର ନେଇସାରିଛନ୍ତି।
ଭାରତୀୟ ଅଧିନାୟକ ୧୭ ଇନିଂସରେ ୯୭୮ ରନ୍ କରି ବିଶ୍ୱକପ୍ ଆରମ୍ଭ କରିଥିଲେ ଏବଂ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ଶୂନ୍ୟ ରନ୍ କରି ୧୯ତମ ପାଳିରେ ଏହି ସଫଳତା ହାସଲ କରିଥିଲେ। ରୋହିତ ଅଷ୍ଟ୍ରେଲିଆର ଓପନର ଡେଭିଡ୍ ଓ୍ବାର୍ଣ୍ଣରଙ୍କ ସମକକ୍ଷ ହୋଇଛନ୍ତି, ଯିଏକି ପୂର୍ବ ମ୍ୟାଚରେ ୧୯ତମ ଇନିଂସରେ ଏହି ସଫଳତା ହାସଲ କରିଥିଲେ।
ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ବିରାଟ କୋହଲିଙ୍କ ପରେ ରୋହିତ ଚତୁର୍ଥ ଭାରତୀୟ ଭାବେ ବିଶ୍ବକପରେ ୧୦୦୦ ରନ୍ ପୂରଣ କରିଛନ୍ତି।
୨୦୧୫ରେ ବାଂଲାଦେଶ ବିପକ୍ଷ କ୍ୱାର୍ଟର ଫାଇନାଲରେ ଶତକ ସହ ୩୩୦ ରନ୍ କରି ରୋହିତ ବିଶ୍ବକପ୍ ଯାତ୍ରା ଆରମ୍ଭ କରିଥିଲେ। ମୁମ୍ବାଇର ଏହି ବ୍ୟାଟର ଗୋଟିଏ ସଂସ୍କରଣରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡକୁ ଭାଙ୍ଗି ୨୦୧୯ ସଂସ୍କରଣରେ ପାଞ୍ଚଟି ଶତକ ହାସଲ କରିଛନ୍ତି। ରୋହିତ ୬୪୮ ରନ୍ କରି ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍ କରିଥିଲେ। ସଚିନ ତେନ୍ଦୁଲକରଙ୍କ ସହ ରୋହିତ ସର୍ବାଧିକ ଛଅଟି ଶତକ ହାସଲ କରିଛନ୍ତି।
Comments are closed.