Latest Odisha News

BREAKING NEWS

ଗାଙ୍ଗୁଲି, ଧୋନୀଙ୍କୁ ପଛରେ ପକାଇଲେ ରୋହିତ

ରାଜକୋଟ: ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ୭ ମାସ ପରେ ସେ ଟେଷ୍ଟରେ ଶତକ ମାରିଛନ୍ତି । ସେ ତାଙ୍କ ଇନିଂସରେ ୧୯୬ ବଲର ସମ୍ମୁଖୀନ ହୋଇ ୧୪ ଚୌକା ଓ ୩ ଛକା ମାରିଥିଲେ । ଗତ ବର୍ଷ ଜୁଲାଇରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ମାରିଥିଲେ । ସେ ତାଙ୍କ ଇନିଂସରେ ୩ଟି ଛକା ମାରିଥିଲେ ।

ଏଥିସହ ରୋହିତ ଭାରତ ପକ୍ଷରୁ ଟେଷ୍ଟରେ ସର୍ବାଧିକ ଛକା ମାରିଥିବା ଖେଳାଳିଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେ ୮୦ ଛକା ମାରି ମହେନ୍ଦ୍ର ସିଂ ଧୋନୀ(୭ ୮)ଙ୍କୁ ଅତିକ୍ରମ କରିଛନ୍ତି । ଭାରତର ବୀରେନ୍ଦ୍ର ସେହ୍ୱାଗ ୯୧ ଛକା ମାରି ଶୀର୍ଷରେ ରହିଛନ୍ତି ।

ଆନ୍ତର୍ଜାତୀୟ କ୍ରିକେଟରେ ଓଭରାଲ ସର୍ବାଧିକ ଛକା ବେନ ଷ୍ଟୋକ୍ସ(୧୨୮) ମାରିଛନ୍ତି । ରୋହିତ ୩ଟି ଯାକ ଫର୍ମାଟରେ ୫୯୩ ଛକା ମାରି ବିଶ୍ୱ କ୍ରିକେଟରେ ରେକର୍ଡ କରିଛନ୍ତି । ତାଙ୍କ ପଛକୁ କ୍ରିସ ଗେଲ (୫୫୩) ଓ ଶାହୀଦ ଆଫ୍ରିଦୀ(୪୭୬) ରହିଛନ୍ତି । ସେହିପରି ୩ଟି ଯାକ ଫର୍ମାଟରେ ସର୍ବାଧିକ ରନ ସଂଗ୍ରହରେ ସେ ଭାରତର ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ଦେଇଛନ୍ତି । ଗାଙ୍ଗୁଲି ୧୮୫୭୫ ରନ କରିଥିଲେ ।

ଆନ୍ତର୍ଜାତୀୟ କ୍ରିକେଟରେ ସେ ଏହି ତାଲିକାରେ ୪ର୍ଥ ସ୍ଥାନରେ ରହିଛନ୍ତି । ସଚିନ ତେନ୍ଦୁଲକର (୩୪୫୩୭), ବିରାଟ କୋହଲି(୨୬୭୩୩) ଓ ରାହୁଲ ଡ୍ରାଭିଡ(୨୪୨୦୮) ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି ।

ଇଂଲଣ୍ଡ ବିପକ୍ଷରେ ସେ ଭାରତ ପକ୍ଷରୁ ୩ଟି ଶତକ ମାରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସୁନୀଲ ଗାଭାସ୍କର ସର୍ବାଧିକ ୪ଟି ଶତକ ମାରିଥିଲେ । ଭାରତ ପକ୍ଷରୁ ଅଧିନାୟକ ଭାବେ ସେ ରନ ସଂଗ୍ରହରେ ସଚିନଙ୍କୁ ପଛରେ ପକାଇଛନ୍ତି । ସେ ୪୬୦୬ ରନ କରିଥିବା ବେଳେ ସଚିନ ୪୫୦୮ ରନ ହାସଲ କରିଥିଲେ ।

Leave A Reply

Your email address will not be published.