Latest Odisha News

BREAKING NEWS

ରୋହିତଙ୍କ ରେକର୍ଡ ବର୍ଷା

ଗ୍ରସ ଆଇସଲେଟ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ତାର ଶେଷ ସୁପର ଏଇଟ ମୁକାବିଲାରେ ଅଷ୍ଟ୍ରେଲିଆ ସମ୍ମୁଖରେ ୨୦୬ ରନର ଟାର୍ଗେଟ ରଖିଛି । ସେମି ଫାଇନାଲରେ ପ୍ରବେଶ ଆଶା ଉଜ୍ଜୀବୀତ ରଖିବା ପାଇଁ ଅଷ୍ଟ୍ରେଲିଆକୁ ଏହି ଲକ୍ଷ୍ୟ ୧୫.୩ ଓଭରରେ ହାସଲ କରିବାକୁ ପଡିବ । ଏହି ମ୍ୟାଚରେ ଟିମ ଇଣ୍ଡିଆ ଅଧିନାୟକଙ୍କ ବ୍ୟାଟରୁ ରନର ବର୍ଷା ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ବିରାଟ କୋହଲି(୦) ୱିକେଟ ହରାଇବା ପରେ ଆସିଥିଲା ରୋହିତ ଝଡ । ସେ ମାତ୍ର ୧୯ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୪୧ ବଲରେ ୭ ଚୌକା ଓ ୮ଛକା ବଳରେ ୯୨ ରନ କରି ଆଉଟ ହୋଇ ଯାଇଥିଲେ । ଚଳିତ ବିଶ୍ୱକପରେ ଏହା ଦ୍ରୁତ ଅର୍ଦ୍ଧଶତକ । ୨୦୦୭ରେ ଯୁବରାଜ ସିଂ ୧୨ ବଲରେ ଏବଂ ୨୦୨୧ରେ କେଏଲ ରାହୁଲ ସ୍କଟଲାଣ୍ଡ ବିପକ୍ଷରେ ୧୮ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ।

ସେ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କଙ୍କ ଗୋଟିଏ ଓଭରରେ ୨୯ ରନ ସଂଗ୍ରହ କରିଥିଲେ । ଏଥିସହ ରୋହିତ ଆନ୍ତର୍ଜାତୀୟ କ୍ରିକେଟରେ ୪ର୍ଥ ଭାରତୀୟ ଭାବେ ୧୯୦୦୦ ରନ ପୂର୍ଣ୍ଣ କରିଛନ୍ତି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ରାହୁଲ ଡ୍ରାଭିଡ ଏହି ସଫଳତା ହାସଲ କରିଛନ୍ତି । ଟି୨୦ ଆନ୍ତର୍ଜାତୀୟ ମୁକାବିଲାରେ ବାବର ଆଜମଙ୍କ ୪୧୪୫ ରନର ରେକର୍ଡକୁ ମଧ୍ୟ ଅତିକ୍ରମ କରିଛନ୍ତି ।

ଟି୨୦ ବିଶ୍ୱକପରେ ଅଧିନାୟକ ଭାବେ ସେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହାସଲ କରିଛନ୍ତି । ରୋହିତ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟି୨୦ କ୍ୟାରିୟରରେ ୨୦୦ ଛକା ମାରିବା ଗୌରବ ଅର୍ଜନ କରିଛନ୍ତି । ଓପନର ଭାବେ ଟି୨୦ରେ ସେ ୫୨୯ ଛକା ମାରି କ୍ରିସ ଗେଲଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।

Comments are closed.