Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫି ଶ୍ରେଷ୍ଠ ଏକାଦଶରେ ସ୍ଥାନ ପାଇଲେନି ଏହି ଅଧିନାୟକ

ଦୁବାଇ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟାଇଟଲ ହାସଲ କରିଛି । ତେବେ ଆଇସିସି ଏହି ଟୁର୍ଣ୍ଣାମେଂଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ନେଇ ଶ୍ରେଷ୍ଠ ଏକାଦଶ ଚୟନ କରିଛି । ରୋହିତ ୫ଟି ଇନିଂସରେ ୧୮୦ ରନ କରିଥିଲେ । ଭଲ ପ୍ରଦର୍ଶନ କରିଥିବା ରଚୀନ ରବୀନ୍ଦ୍ର ଓ ଇବ୍ରାହିତ ଜାଡ୍ରାନ ଓପନର ଭାବେ ଚୟନ ହେବାରୁ ରୋହିତ ସ୍ଥାନ କଟିଥିଲା ।

ଟିମ ଇଣ୍ଡିଆର ୬ଜଣ ଖେଳାଳି ଏହି ଦଳରେ ସ୍ଥାନ ପାଇଛନ୍ତି । ବିରାଟ କୋହଲି, ଶ୍ରେୟାଶ ଆୟାର, କେଏଲ ରାହୁଲ, ବରୁଣ ଚକ୍ରବର୍ତୀ ଓ ମହମ୍ମଦ ସାମୀ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଥିବା ବେଳେ ଅକ୍ଷର ପଟେଲ ଦ୍ୱାଦଶତମ ଖେଳାଳି ହୋଇଛନ୍ତି ।
ଶ୍ରେଷ୍ଠ ଏକାଦଶ: ମିଚେଲ ସାଂଟେନର (ଅଧିନାୟକ), ରଚୀନ ରବୀନ୍ଦ୍ର, ଇବ୍ରାହିମ ଜାଡ୍ରାନ, ବିରାଟ କୋହଲି, ଶ୍ରେୟାଶ ଆୟାର, କେଏଲ ରାହୁଲ, ଗ୍ଲେନ ଫିଲିପ୍ସ, ଅଜମୁତାଲ୍ଲା ଓମ୍ରଜାଇ, ମ୍ୟାଟ ହେନେରୀ, ମହମ୍ମଦ ସାମୀ, ବରୁଣ ଚକ୍ରବର୍ତି, ଅକ୍ଷର ପଟେଲ(ଦ୍ୱାଦଶ ଖେଳାଳି) ।

Comments are closed.