Latest Odisha News

ରୋହିତ କହିଲେ ୨୦୨୭ ବିଶ୍ୱକପ ଖେଳିବା ମୋର ସ୍ୱପ୍ନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ରୋହିତ ଶର୍ମା ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଭାରତ ପାଇଁ ଦିନିକିଆ ବିଶ୍ୱକପ ଜିତିବା ଏବଂ ଏହାର ଅଂଶବିଶେଷ ହେବାକୁ ନିଶ୍ଚିତ ଭାବେ ଚାହିଁବି । ଏଥିପାଇଁ ସମସ୍ତ ପ୍ରକାର ପରିଶ୍ରମ କରିବାକୁ ମୁଁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ରୋହିତ ଟି୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୨୭ ବିଶ୍ୱକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ଖେଳାଯିବ । ସେତେବେଳକୁ ରୋହିତଙ୍କୁ ୪୦ ବର୍ଷ ବୟସ ହୋଇଥିବ ।

ଦିନିକିଆ କ୍ରିକେଟ ପ୍ରତି ମୋର ସର୍ବଦା ଆଗ୍ରହ ରହି ଆସିଛି । ୩୮ ବର୍ଷୀୟ ରୋହିତଙ୍କ ନେତୃତ୍ୱରେ ଭାରତ ୨୦୨୪ ଟି୨୦ ବିଶ୍ୱକପ ଏବଂ ଚାମ୍ପିୟନ୍ସ ଟ୍ରଫି ଜିିତିଥିଲା । ୨୦୨୩ ଦିନିକିଆ ବିଶ୍ୱକପରେ ଭାରତ ତାଙ୍କ ନେତୃତ୍ୱରେ ରନର୍ସଅପ ହୋଇଥିଲା । ଏବେ ରୋହିତ ଅଧିନାୟକ ଭାବେ ନ ହେଲେ ମଧ୍ୟ ଖେଳାଳି ଭାବେ ଦିନିକିଆ ବିଶ୍ୱକପ ଟ୍ରଫି ଧରିବାକୁ ଚାହୁଁଛନ୍ତି । ସେ ଏଥିପାଇଁ ନିଜ ଶରୀରର ଓଜନ କମାଇବା ସହ କଡା ଅଭ୍ୟାସ ମଧ୍ୟ ଜାରୀ ରଖିଛନ୍ତି ।

Leave A Reply

Your email address will not be published.