Latest Odisha News

BREAKING NEWS

୨୦ ଦିନରେ ସମ୍ପୂର୍ଣ୍ଣ ବଦଳି ଗଲେ ରୋହିତ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଦିନିକିଆ କ୍ରିକେଟ ଅଧିନାୟକ ରୋହିତ ଶର୍ମା ଏବେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି । ଦୀର୍ଘ ଦିନ ହେବ ସେ ଆନ୍ତର୍ଜାତୀୟ କ୍ରିକେଟଠାରୁ ଦୂରରେ ରହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ରୋହିତଙ୍କୁ ଫିଟନେସ ଟେଷ୍ଟ ଦେବାକୁ ପଡିବ । ଆଉ ଏହି ଚ୍ୟାଲେଞ୍ଜ ପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏଥିପାଇଁ ସେ ଯେତେବେଳେ ମୁମ୍ବାଇ ବିମାନବନ୍ଦରରେ ପଂହଚିଲେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ୨୦ ଦିନ ମଧ୍ୟରେ ରୋହିତ ସମ୍ପୂଣ୍ଣ ବଦଳି ଯାଇଛନ୍ତି । ସେ ପତଳା ଏବଂ ଫିଟ ଜଣା ପଡୁଥିଲେ । ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରିଥିବା ରୋହିତ କିନ୍ତୁ ଦିନିକିଆ ଖେଳିବା ଜାରୀ ରଖିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଏବଂ ଆଗାମୀ ଦିନିକିଆ ବିଶ୍ୱକପ ଖେଳିବା ତାଙ୍କ ସ୍ୱପ୍ନ ରହିଛି । ପ୍ରଶଂସକମାନେ ତାଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି । ରୋହିତ ଏବେ ଫିଟନେସ ଟେଷ୍ଟ କିଭଳି ପାସ କରୁଛନ୍ତି ସେଥିପ୍ରତି ସମସ୍ତଙ୍କ ନଜର ରହିବ । କିଛି ଦିନ ହେବ ସେ ଅଭିଷେକ ନାୟାରଙ୍କ ସହ କ୍ରମାଗତ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା । ରୋହିତ ଯଦି ଫିଟ ପ୍ରମାଣିତ କରିବେ ତେବେ ଏହା ପରୋକ୍ଷରେ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇପାରେ ।

Comments are closed.