ମୁମ୍ବାଇ: ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିବା ଭାରତର ଷ୍ଟାର ଖେଳାଳି ରୋହିତ ଶର୍ମାଙ୍କ ନାମରେ ୱାଙ୍ଖେଡ ଷ୍ଟାଡିୟମରେ ଏକ ଷ୍ଟାଣ୍ଡ ନାମିତ କରାଯାଇଛି । ଏହି ଷ୍ଟାଣ୍ଡକୁ ତାଙ୍କ ବାପା ମାଆଙ୍କ ହାତରେ ଉନ୍ମୋଚନ କରାଯାଇଛି । ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଓପନ ଯଶସ୍ୱୀ ଜୈସୱାଲ ଏହି ଷ୍ଟାଣ୍ଡ ନେଇ ବେଶ ଉତ୍ସାହିତ ଅଛନ୍ତି । ମୁଁ ୱାଙ୍ଖେଡରେ ଖେଳିବା ମାନେ ଏହି ଷ୍ଟାଣ୍ଡକୁ ଛକା ମାରିବା ପାଇଁ ଉଦ୍ୟମ କରିବି । ମୋତେ ୱାଙ୍ଖେଡରେ ଏ ଭଳି ସମ୍ମାନ ପ୍ରଦାନ କରାଯିବ ତାହା କେବେ ହେଲେ ସ୍ୱପ୍ନରେ ଭାବି ନ ଥିଲି ବୋଲି ରୋହିତ କହିଛନ୍ତି ।
ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ରୋହିତ ୱାଙ୍ଖେଡରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବେ । ଏହି ମ୍ୟାଚ ମେ ୨୧ରେ ଖେଳାଯିବ । ଭାରତ-ପାକିସ୍ତାନ ମଧ୍ୟରେ ଅଶାନ୍ତି ଉପୁଜିବାରୁ ଆଇପିଏଲକୁ ଅଧାରୁ ବନ୍ଦ କରାଯାଇଥିଲା । ଏବେ ଏହା ପୂର୍ନବାର ମେ ୧୭ରୁ ଆରମ୍ଭ ହୋଇଛି । ଯଶପ୍ରୀତ ବୁମରାହ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ସାଥୀ ଖେଳାଳି ରୋହିତଙ୍କୁ ଏ ନେଇ ଅଭିନନ୍ଦନ ଜଣାଇଛନ୍ତି ।
Comments are closed.