Latest Odisha News

୫୦ କୋଟିରେ ବିକ୍ରୀ ହେବେ ରୋହିତ !

ନୂଆଦିଲ୍ଲୀ:ଆଇପିଏଲର ଆଗାମୀ ସଂସ୍କରଣରେ ମେଗା ନିଲାମ ହେବ । କେଉଁ ଖେଳାଳିଙ୍କ ଉପରେ ଫ୍ରାଂଚାଇଜରମାନେ ବାଜି ଲଗାଇବେ ସେ ନେଇ ବିଭିନ୍ନ ଖବରମାନ ପ୍ରକାଶ ପାଉଛି । ଗତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲା । ୫ଥର ଚାମ୍ପିୟନ ଟିମ କିନ୍ତୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ରୋହିତ ମୁମ୍ବାଇର ଏହି ନିଷ୍ପତି ନେଇ ଅସନ୍ତୁଷ୍ଟ ଥିବା ସ୍ପଷ୍ଟ ଜଣାପଡିଥିଲା । ମୁମ୍ବାଇରୁ ରୋହିତ ରିଲିଜ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ରୋହିତଙ୍କୁ ନେବା ପାଇଁ ଅନ୍ୟ ଟିମଗୁଡିକ ବ୍ୟଗ୍ର ଅଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ତାଙ୍କ ବାବଦକୁ ବ୍ୟୟ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ନିଲାମ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଏହି ରିପୋର୍ଟର ସତ୍ୟତା ଜଣାପଡିବ । ରୋହିତ ଆନ୍ତର୍ଜାତୀୟ ଟି୨୦ରୁ ଅବସର ନେବା ପରେ ଏବେ ଆଗାମୀ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଦଳର ନେତୃତ୍ୱ ନେବେ ।

Comments are closed.