Latest Odisha News

BREAKING NEWS

ଟି୨୦ ବିଶ୍ୱକପ ପରେ ଅବସର ନେବାକୁ ବାଧ୍ୟ ହେବେ ଏହି ୪ ଖେଳାଳି

ମୁମ୍ବାଇ: ଚଳିତ ଟି୨୦ ବିଶ୍ୱକପ ପରେ ଭାରତର ୪ଜଣ ସିନିୟର ଖେଳାଳି ଟି୨୦ ଫର୍ମାଟରୁ ଅବସର ନେବା ଏକପ୍ରକାର ନିଶ୍ଚିତ ବୋଲି ରିପୋର୍ଟ ପ୍ରକାଶ ପାଇଛି । ବର୍ତମାନ କୋଚ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ମଧ୍ୟ ବିଶ୍ୱକପ ପରେ ସମାପ୍ତ ହେବ । ତାଙ୍କ ସ୍ଥାନରେ ଗୌତମ ଗମ୍ଭୀର ଏହି ଦାୟିତ୍ୱ ତୁଲାଇବେ ବୋଲି ଜଣାପଡିଛି । କେବଳ ଔପଚାରିକ ଘୋଷଣା ବାକି ରହିଛି । ଗମ୍ଭୀର କୋଚ ହେବା ପୂର୍ବରୁ ବିସିସିଆଇ ନିକଟରେ କେତେକ ସର୍ତ ରଖିଛନ୍ତି । ଏହା ମଧ୍ୟରେ ଟିମ ଇଣ୍ଡିଆ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ, ସପୋର୍ଟିଂ କୋଚ ଚୟନରେ ସ୍ୱାଧୀନତା ମୂଖ୍ୟ ରହିଛି । ଟି୨୦ ଟିମ ପାଇଁ ଏକ ନୂଆ ଦଳ ଗଠନ କରିବା ଲକ୍ଷ୍ୟରେ ସେ ରହିଛନ୍ତି ।

ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସାମୀ ଦଳରୁ ବାଦ ପଡି ପାରନ୍ତି । ସେମାନଙ୍କ ପୋଜିଶନକୁ ଦେଖି ବିସିସିଆଇ ଟି୨୦ ଫର୍ମାଟରୁ ଆଗୁଆ ଅବସର ନେଇଯିବା ପାଇଁ କୁହାଯାଇଛି । ରୋହିତଙ୍କ ବଦଳରେ ନୂଆ ଅଧିନାୟକ ଏବଂ ଏହି ଫର୍ମାଟକୁ ସୁହାଉଥିବା ଖେଳାଳି ଚୟନ କରାଯିବ । ଅପରପକ୍ଷରେ ସିନିୟର ଖେଳାଳିମାନେ ପୂର୍ବ ଭଳି ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ଖେଳିବେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.