Latest Odisha News

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳି ପାରନ୍ତି ରୋହିତ

ମୁମ୍ବାଇ: ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ଖେଳି ପାରନ୍ତି । ଟି୨୦ ବିଶ୍ୱକପ ପରେ ସେ ଶ୍ରୀଲଙ୍କା ବିପକ୍ଷ ସିରିଜ ଖେଳିବେନି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ରୋହିତ ବିଶ୍ରାମ ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏପରିକି ଏହି ସିରିଜରେ ସେ ଅଧିନାୟକ ଦାୟୀତ୍ୱ ତୁଲାଇବେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ସୂଚନଯୋଗ୍ୟ ଟି୨୦ ବିଶ୍ୱକପ ପରେ ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଏହି ଫର୍ମାଟରୁ ଆନ୍ତର୍ଜାତୀୟ ଅବସର ଘୋଷଣା କରିଛନ୍ତି ।

ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ପାଲୀକେଲରୁ ଜୁଲଶଇ ୨୭ରୁ ଆରମ୍ଭ ହେବ ସେହିପରି ଦିନିକିଆ ମୁକାବିଲା କଲମ୍ବୋରେ ଅଗଷ୍ଟ ୨ରୁ ଆରମ୍ଭ ହେବ । ବିରାଟ କୋହଲି ଓ ଯଶପ୍ରୀତ ବୁମରାହ ଏହି ସିରିଜରେ ଖେଳିବେ ନାହିଁ । କୋଚ ଦାୟିତ୍ୱ ଗ୍ରହଣ କରିବା ପରେ ଗୌତମ ଗମ୍ଭୀରଙ୍କ ଏହା ପ୍ରଥମ ସିରିଜ ହେବ । ବର୍ତମାନ ସୁଦ୍ଧା ଏହି ଗସ୍ତ ପାଇଁ ଦଳ ଘୋଷଣା କରାଯାଇ ନାହିଁ । ନିକଟରେ ଶେଷ ହୋଇଥିବା ଜିମ୍ବାୱେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତ ତାର ଯୁବ ବ୍ରିଗେଡକୁ ପଠାଇଥିଲା । ଟିମ ଇଣ୍ଡିଆର ଅଧିକାଂଶ ସିନିୟର ଖେଳାଳି ଏହି ଗସ୍ତରେ ଯାଇ ନ ଥିଲେ ।

Comments are closed.