Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ରୋହିତଙ୍କ ଜୋରଦାର ପ୍ରସ୍ତୁତି

ଲଣ୍ଡନ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୩ ମ୍ୟାଚ ବିଶିଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ସେ ଇଂଲଣ୍ଡରେ ପଂହଚି ଅଭ୍ୟାସ ଆରମ୍ଭ କରିଛନ୍ତି । ୟର୍କଶାୟାର ସ୍ଲୋ କ୍ରିକେଟ କ୍ଲବ ନେଟ୍ସରେ ସେ ବ୍ୟାଟିଂ ଅଭ୍ୟାସ କରିଛନ୍ତି । ଏହା ପରେ ସେ ସ୍ୱିନକୋମ୍ବେ କ୍ଲବରେ ମଧ୍ୟ ଅଭ୍ୟାସ କରିଥିଲେ । ଟେଷ୍ଟ ଏବଂ ଟି୨୦ରୁ ଅବସର ନେବା ପରେ ସେ କେବଳ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି ।

ସେଠାକାର ପରିବେଶ ଓ ପିଚ ସହିତ ଅଭ୍ୟସ୍ତ ହେବା ପାଇଁ ସେ ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ଇଂଲଣ୍ଡରେ ରୋହିତଙ୍କ ପ୍ରଦର୍ଶନ ଭଲ ରହିଛି । ସେ ୨୭ ମ୍ୟାଚରେ ୬୪.୯ ଆଭରେଜରେ ୧୪୨୮ ରନ କରିଛନ୍ତି । ଏଥିରେ ୭ ଶତକ ସାମିଲ । ଇଂଲଣ୍ଡରେ ଭ୍ରମଣକାର ଦଳର ଖେଳାଳି ଭାବେ ଏହା ସର୍ବାଧିକ ଶତକ । ଆଫଗାନିସ୍ତାନ ବିପକ୍ଷ ସିରିଜ ପୂର୍ବରୁ ସେ ଆଘାତ ସମସ୍ୟାରେ ପଡିଥିଲେ । ଏହା ପରେ ଦଳକୁ ପ୍ରତ୍ୟାବର୍ତନ କରିବା ସହ ୭୯ ରନର ଇନିଂସ ଖେଳି ଫର୍ମ ଏବଂ ଫିଟନେସ ପ୍ରମାଣ ଦେଇଛନ୍ତି । ୨୦୨୭ ଦିନିକିଆ ବିଶ୍ୱକପ ଦଳରେ ସ୍ଥାନ ପାଇବାକୁ ହେଲେ ରୋହିତଙ୍କୁ ଏହି ସିରିଜରେ ଭଲ ପ୍ରଦର୍ଶନ କରିବାକୁ ପଡିବ ।

Leave A Reply

Your email address will not be published.