Latest Odisha News

BREAKING NEWS

ଭାଇରାଲ ହେଉଛି ରୋହିତ ଓ ଅଭିଷେକଙ୍କ ଆଲୋଚନା

ମୁମ୍ବାଇ: ଚଳିତ ଆଇପିଏଲରେ ଶନିବାର କୋଲକାତା ନାଇଟ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ମୁକାବିଲା ପୂର୍ବରୁ ରୋହିତ ଶର୍ମା ଓ ଅଭିଷେକ ନାୟାରଙ୍କ ଆଲୋଚନା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେକେଆର ଉଭୟଙ୍କ ଆଲୋଚନା ସମ୍ପର୍କୀତ ଭିଡିଓ ଶେୟାର କରିଥିଲା । ପରେ ଅବଶ୍ୟ ଏହାକୁ ଡିଲିଟ କରି ଦିଆଯାଇଥିଲା । ମାତ୍ର କେତେକ ପ୍ରଂଶସକ ଏହାକୁ ଡାଉନଲୋଡ କରି ସୋସିଆଲ ମିଡିଆରେ ଛାଡିଥିଲେ । ଏଥିରେ ରୋହିତ କହୁଛନ୍ତି ଯେ, ସବୁ କିଛି ବଦଳୁଛି । ଏହା ତାଙ୍କ ଉପରେ ନିର୍ଭର କରୁଛି, ମୋତେ କିଛି ଫରକ ପଡିବନି ।  ଯାହା ବି କିଛି ହେଉ ଏହା ମୋ ଘର ଓ ମନ୍ଦିର । ଯାହା କିଛି ହୋଇଛି ତାହା ମୁଁ କରିଛି । ମୋର କଣ ଅଛି, ଏହା ତ ମୋର ଶେଷ… ।

ତାଙ୍କର ଏହି ବୟାନ ମୁମ୍ବାଇ ଇଣ୍ଡିଆନ୍ସକୁ ଛାଡିବା ନେଇ ଅନୁମାନ କରାଯାଉଛି । ଚଳିତ ସଂସ୍କରଣ ପୂର୍ବରୁ ମୁମ୍ବାଇ ରୋହିତଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଥିଲେ । ତାଙ୍କୁ ଗୁଜରାଟ ଟିମରୁ ଟ୍ରେଡ କରି ଅଣା ଯାଇଥିଲା । ରୋହିତଙ୍କ ନେତୃତ୍ୱରେ ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୨ରେ ମୁମ୍ବାଇ ଚାମ୍ପିୟନ ହୋଇଥିଲା ।

Leave A Reply

Your email address will not be published.