Latest Odisha News

BREAKING NEWS

ଆଧ୍ୟାତ୍ମିକ ଫିଲ୍ମ ନିର୍ମାଣ କରିବାକୁ କାହିଁକି ଡରନ୍ତି ରୋହିତ ସେଟ୍ଟୀ?

ମୁମ୍ବାଇ: ‘ସିଙ୍ଘମ’, ‘ସିମ୍ବା’ ଏବଂ ‘ସୂର୍ଯ୍ୟବଂଶୀ’ ପରି ଆକ୍ସନ୍-ପ୍ୟାକ୍ ଚଳଚ୍ଚିତ୍ରର ନିର୍ମାତା ରୋହିତ ଶେଟ୍ଟୀ ତାଙ୍କ ନୂଆ ଚଳଚ୍ଚିତ୍ର ‘ସିଙ୍ଘମ ଏଗେନ’ କାମ କରିବା ସମୟରେ ସମ୍ମୁଖୀନ ହୋଇଥିବା ଚାପ ଏବଂ ଚ୍ୟାଲେଞ୍ଜ ବିଷୟରେ ଏକ ଗଣ ମାଧ୍ୟମ ସହ କଥାହୋଇଥିଲେ । ଏହି ଚଳଚ୍ଚିତ୍ରଟି ତାଙ୍କ ପୋଲିସ୍ ୟୁନିଭର୍ସର ଏକ ଅଂଶ, ଯେଉଁଥିରେ ସେ ଭାରତୀୟ ପୁରାଣ, ବିଶେଷକରି ରାମାୟଣର କିଛି ଝଲକ ଦେଖାଇବାକୁ ଚେଷ୍ଟା କରିଛନ୍ତି ।

‘ସିଙ୍ଘମ ଏଗେନ୍’ ବକ୍ସ ଅଫିସରେ ଧମାକାଦାର କଲେକସନ କରୁଛି । ଏହି ସମୟରେ, ରୋହିତ ଶେଟ୍ଟୀ ସବୁଠାରୁ ମଜାଦାର ବିଷୟ ଉପରେରେ ଆଲୋଚନା କରିଛନ୍ତି । ତେହା ହେଉଛି ସେ ଫିଲ୍ମରେ ରାମାୟଣର କିଛି ଦୃଶ୍ୟ ଦେଖାଇବାକୁ ବହୁତ ଡରୁଥିବା ସେ କହିଛନ୍ତି ।

ଚଳଚ୍ଚିତ୍ର ନିର୍ମାତା ରୋହିତ ସେଟ୍ଟୀ କହିଛନ୍ତି ଯେ, ସେ ବହୁତ ଡରୁଥିଲେ ଯେ କିଛି ବିବାଦ ହୋଇପାରେ କାରଣ ସେ ପୁରାଣ ଚଳଚ୍ଚିତ୍ର ନିର୍ମାଣରୁ ଦୂରେଇ ରୁହନ୍ତି । ଯେତେବେଳେ ତାଙ୍କୁ ପଚାରାଯାଇଥିଲା ଯେ, ଆପଣ ଆକ୍ସନ୍ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପସନ୍ଦ କରନ୍ତି ଏବଂ ଆପଣ କେବେ ପୌରାଣିକ କାହାଣୀ ବିଷୟରେ ଚିନ୍ତା କରିଛନ୍ତି କି? ଏହାର ଉତ୍ତର ଦେବାବେଳେ ରୋହିତ ଯାହା କହିଛନ୍ତି ତାହା ଶୁଣି ସମସ୍ତେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି ।

ରୋହିତ ଶେଟ୍ଟୀ କହିଛନ୍ତି, ‘ମୁଁ ଆକ୍ସନ୍ ଫିଲ୍ମ କରିବାକୁ ପସନ୍ଦ କରନ୍ତି କାରଣ ସେଥିରେ ଆପଣଙ୍କୁ ନିଜ ଅନୁଯାୟୀ ଜିନିଷ ଦେଖିବା ଏବଂ କରିବାକୁ ପଡିବ । ମୁଁ ପୌରାଣିକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚାହେଁ ନାହିଁ କାରଣ ସେହି ସମୟରେ କ’ଣ, କିପରି ଏବଂ କେବେ ଘଟିଥିଲା ​​ମୁଁ ଅଧିକ ଜାଣେ ନାହିଁ । ଏଭଳି ପରିସ୍ଥିତିରେ, ତଥ୍ୟ ବିନା ଏଭଳି ଚଳଚ୍ଚିତ୍ରର ସୁଟିଂ କରିବା ଅତ୍ୟନ୍ତ କଷ୍ଟକର ଏବଂ ମୁଁ ବିବାଦରେ ଜଡିତ ହେବାକୁ ଚାହେଁ ନାହିଁ ‘

ସେ ଆହୁରି କହିଛନ୍ତି ‘ମୁଁ କାହାର ଭାବନାକୁ ଆଘାତ ପହଞ୍ଚେଇବାକୁ ଚାହେଁ ନାହିଁ । କେବଳ ଏତିକି ନୁହେଁ, ମୁଁ ଭାବୁଥିଲି ଯେ ଆମ ଚଳଚ୍ଚିତ୍ରରେ ମାତା ସୀତାଙ୍କ ଚିତ୍ରଣକୁ ନେଇ କୌଣସି ବିବାଦ ହେବା ଉଚିତ ନୁହେଁ କାରଣ ସେ ହିନ୍ଦୁ ପୁରାଣରେ ଜଣେ ସମ୍ମାନିତ ଦେବୀ ଅଟନ୍ତି’ ।

Comments are closed.