ମୁମ୍ବାଇ: ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ କିଛି ଦିନ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ସହଜରେ ଗୁଜରାଟ ଟାଇଟାନ୍ସଠାରୁ ହାରିବା ପରେ ଗାଭାସ୍କର ଏହି ବୟାନ ଦେଇଛନ୍ତି । ସେ କହିଛନ୍ତି ରୋହିତ ଆଇପିଏଲରୁ ବ୍ରେକ ନେଇ ସମ୍ପୂର୍ଣ୍ଣ ଫିଟ ହେଲେ ଆଗକୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ସୁସ୍ଥ ମନରେ ଖେଳିବେ । ଅତ୍ୟଧିକ ୱର୍କଲୋଡ ତାଙ୍କ ଉପରେ ଚାପ ପକାଇଛି । ସୂଚନାଯୋଗ୍ୟ, ପୂର୍ବତନ ଅଧିନାୟକ ଖରାପ ଫର୍ମ ପରେ କ୍ରିକେଟରୁ କିଛି ଦିନ ବିରତି ନେଇଥିଲେ । ଏହା ପରେ ତାଙ୍କ ପ୍ରଦର୍ଶନରେ ସୁଧାର ହୋଇଥିଲା ।
ଅଜିଙ୍କ୍ୟ ରାହାନେଙ୍କୁ ଟେଷ୍ଟ ଟିମରେ ଚୟନ ନେଇ ଗାଭାସ୍କର ଉତ୍ସାହିତ ଅଛନ୍ତି । ରାହାନେଙ୍କ ଆଇପିଏଲ ଫର୍ମ ଭାରତକୁ ଫାଇଦାରେ ରଖିପାରେ ବୋଲି ସେ କହିଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଏ ସମ୍ପର୍କରେ କୌଣସି ବୟାନ ଦେଇ ନାହାନ୍ତି । ଚଳିତ ଆଇପିଏଲରେ ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତଙ୍କ ପ୍ରଦର୍ଶନ ଏଥର ସେ ଭଳି ପ୍ରଶଂସନୀୟ ରହିନି ।
Comments are closed.