Latest Odisha News

BREAKING NEWS

ରୋହିତ,କୋହଲି ହୋଇପାର…ତୁମକୁ ଗାଭାସ୍କରଙ୍କୁ ସମ୍ମାନ ଦେବାକୁ ପଡିବ

ମୁମ୍ବାଇ: ଭାରତୀୟ କ୍ରିକେଟର ଲିଟିଲ ମାଷ୍ଟର ଭାବେ ପରିଚିତ ସୁନୀଲ ଗାଭାସ୍କର ଦୀର୍ଘ ଦିନ ହେବ ଭାଷ୍ୟକାର ଦାୟିିତ୍ୱ ତୁଲାଇ ଆସୁଛନ୍ତି । ଖେଳାଳିଙ୍କ ପ୍ରଦର୍ଶନ ନେଇ ବେଳେ ବେଳେ ସେ କଡା ବୟାନ ମଧ୍ୟ ଦେଇଥାନ୍ତି । ରୋହିତ ଶର୍ମା, ବିରାଟ କୋହଲି ଓ ଶୁଭମନ ଗିଲଙ୍କ ପରି ଖେଳାଳି ଏ ନେଇ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ନିକଟରେ ପୂର୍ବତନ ପେସ ବୋଲର କର୍ସନ ଘାବରୀ ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏବେକାର ଖେଳାଳିଙ୍କ ପୁରୂଣା ଖେଳାଳିଙ୍କ ପ୍ରତି ସମ୍ମାନ ନାହିଁ । ଗାଭାସ୍କରଙ୍କ ପରି ଖେଳାଳିଙ୍କୁ ସେମାନେ ସମ୍ମାନ ଦେଉ ନାହାନ୍ତି, ଅନ୍ୟମାନଙ୍କ କଥା ଛାଡ । ତୁମେ କୋହଲି, ରୋହିତ କିମ୍ବା ଅନ୍ୟ କୌଣସି ବଡ ଖେଳାଳି ହୋଇପାର…ଗାଭାସ୍କରଙ୍କୁ କିନ୍ତୁ ସମ୍ମାନ ଦେବାକୁ ପଡିବ ବୋଲି ଘାବରୀ କହିଛନ୍ତି ।

ତାଙ୍କ ସମାଲୋଚନାକୁ ସକାରାତ୍ମକ ଢ଼ଙ୍ଗରେ ନେବାକୁ ପଡିବ । ରବି ଶାସ୍ତ୍ରୀ ତାଙ୍କ ଶୈଳୀରେ କହିଥାନ୍ତି ଆଉ ଗାଭାସ୍କର ନିଜର ବୋଲି ଭାବି ଅନେକ ପରାମର୍ଶ ଦେଇଥାନ୍ତି । ତାଙ୍କ କଥା ମାନିଲେ ତୁମର ଉନ୍ନତି ଘଟିବ ବୋଲି ଏହି ୭୫ ବର୍ଷୀୟ ବୋଲରଜଣଙ୍କ କହିଛନ୍ତି । ବର୍ଡର-ଗାଭାସ୍କର ଟ୍ରଫି ଅବସରରେ ରୋହିତଙ୍କ ଷ୍ଟ୍ରାଇକ ରେଟ ନେଇ ଗାଭାସ୍କର ସମାଲୋଚନା କରିଥିଲେ । ପରେ ରୋହିତ ତାଙ୍କ ବିରୋଧରେ ବିସିସିଆଇ ନିକଟରେ ଅଭିଯୋଗ କରିଥିଲେ । ୨୦୨୪ରେ କୋହଲି ମଧ୍ୟ ଗାଭାସ୍କରଙ୍କ ବୟାନରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ ।

Comments are closed.