Latest Odisha News

BREAKING NEWS

ଗାଭାସ୍କର କହିଲେ ରୋହିତଙ୍କ ଖେଳିବା ନେଇ କୋଚ, ମ୍ୟାନେଜମେଂଟଙ୍କ ସହ ହେବି କଥା

ସିଡନୀ: ଆଛ କିଛି ଘଂଟା ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟେଷ୍ଟ ଆରମ୍ଭ ହେବ । ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ଖେଳିବା ନେଇ ସଂଶୟ ରହିଛି । ଏହି ଖବର ପ୍ରକାଶିତ ହେବା ପରେ ଆଲୋଚନା ଜୋର ଧରିଛି । ଇତି ମଧ୍ୟରେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର କହିଛନ୍ତି ରୋହିତ ସିଡନୀ ଟେଷ୍ଟ ଖେଳିବା ଜରୁରୀ । ଗାଭାସ୍କରଙ୍କ ଏହି ବୟାନ ରୋହିତ ପ୍ରଶଂସକଙ୍କ ମନରେ ନୂତନ ଆଶା ସଂଚାର କରିଛି । ହିଟମ୍ୟାନଙ୍କ ଅଭିଜ୍ଞତା ଏହି ମ୍ୟାଚ ପାଇଁ ଜରୁରୀ । ମୁଁ ବ୍ୟକ୍ତିଗତ ଭାବେ କୋଚ ଗୌତମ ଗମ୍ଭୀର, ମ୍ୟାନେଜମେଂଟ ଓ ଉପ ଅଧିନାୟକଙ୍କ ସହ ଆଲୋଚନା କରିବି ବୋଲି ଗାଭାସ୍କର କହିଛନ୍ତି । ଯଶପ୍ରୀତ ବୁମରାହ ଅଧିନାୟକ ଏବଂ ବୋଲିଂ ବିଭାଗ ଦାୟିତ୍ୱ ସୁଚାରୁରୂପେ ତୁଲାଇଛନ୍ତି ।

ଗମ୍ଭୀର ପୂର୍ବରୁ ରୋହିତଙ୍କ ଖେଳିବା ନେଇ ସ୍ପଷ୍ଟ ଭାବେ କିଛି କହି ନ ଥିଲେ । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୨ରେ ପଛୁଆ ରହିଛି । ଅନ୍ତିମ ଟେଷ୍ଟକୁ ଜିତିବା ସହ ଭାରତ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ଆଶା ଉଜ୍ଜୀବିତ ରଖିବାକୁ ଚାହିଁବ ।

Comments are closed.