ନୂଆଦିଲ୍ଲୀ: ପାଂଚ ଥର ବ୍ୟାଲେନ ଡି ଅର ପୁରସ୍କାର ଜିତିଥିବା ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ଏବେ ସାଉଦି ପ୍ରିମିୟର ଲିଗରେ ଖେଳୁଛନ୍ତି । ଅଲ ନସର କ୍ଲବ ସହ ଚୁକ୍ତିବଦ୍ଧ ହେବା ପରେ ରୋନାଲ୍ଡୋଙ୍କ ଆର୍ଥୀକ ସ୍ଥିତି ଆହୁରି ମଜଭୁତ ହେବାରେ ଲାଗିଛି । ରିପୋର୍ଟ ମୁତାବକ ୩୯ ବର୍ଷୀୟ ରୋନାଲ୍ଡୋ ତାଙ୍କ ଗଲ୍ଫଷ୍ଟ୍ରିମ ଜେଟ ଜି୨୦୦କୁ ଅତ୍ୟାଧୂନିକ ମଡେଲ ଗଲ୍ଫଷ୍ଟ୍ରିମ ଜି୬୫୦ରେ ପରିବର୍ତନ କରିଛନ୍ତି । ଏହାର ମୂଲ୍ୟ ୭ କୋଟି ୫୦ ଲକ୍ଷ ଡଲାର (୬୪୯୫୩୬୨୩୧୦ କୋଟି ଟଙ୍କା) । ଏହି ଜେଟରେ ୧୯ ଯାତ୍ରର ବସିପାରିବେ । ଗଲ୍ଫଷ୍ଟ୍ରିମ ଜି୬୫୦ ଉଲ୍ଲେଖନୀୟ କ୍ଷମତା ପାଇଁ ବେଶ ଲୋକପ୍ରିୟତା ହାସଲ କରିଛି । ଏହି ଜେଟ ପ୍ରତି ଘଂଟାରେ ୬୧୦ ମାଇଲ ଯାଇପାରିବ ।
ଏହି ଜେଟ ମାଧ୍ୟମରେ ରୋନାଲ୍ଡୋ ତାଙ୍କ ପରିବାର ସହ ବିଶ୍ୱର ଯେ କୌଣସି ସ୍ଥାନକୁ ଅତି ସହଜରେ ଯାଇପାରିବେ । ଏହା ଏକ ପ୍ରକାର ହାୱାମହଲ କହିଲେ ଭୁଲ ହେବନି । ଏଥିରେ ସମସ୍ତ ବିଳାସ ବ୍ୟସନର ସାମଗ୍ରୀ ରହିଛି । ଏହା ବ୍ୟତୀତ ୱାଇଫାଇ, ଟେଲିଫୋନ, ଇଲେକ୍ଟ୍ରିକ ଓଭାନ, ମାଇକ୍ରୋୱେଭ, ମଲ୍ଟିମିଡିଆ ସିଷ୍ଟମ ଓ ରେଫ୍ରିଜେରେଟର ମଧ୍ୟ ରହିଛି । ଜେଟରେ ସିଆର୭ ଲେଖାଯାଇଛି । ଯାହାକି ରୋନାଲ୍ଡୋଙ୍କ ଟ୍ରେଡମାର୍କ । ରୋନାଲ୍ଡୋ ତାଙ୍କ ଖେଳ ମାଧ୍ୟମରେ ସାରା ବିଶ୍ୱରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଫଲୋର୍ସଙ୍କ ସଂଖ୍ୟା ରେକର୍ଡ ଛୁଇଁବାରେ ଲାଗିଛି ।