ଲିସବୋନ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଗୋଟିଏ ପରେ ଗୋଟିଏ କୀର୍ତିମାନ ସ୍ଥାପନ କରିବାରେ ଲାଗିଛନ୍ତି । ଶୁକ୍ରବାର ସେ ସର୍ବାଧିକ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ୧୯୭ ମ୍ୟାଚ ଖେଳି ଏହି ରେକର୍ଡ କରିଛନ୍ତି । ତାଙ୍କ ପୂର୍ବରୁ କୁଏଟର ବାଦେର ଅଲ ମୁତୱା ୧୯୬ ମ୍ୟାଚ ଖେଳି ଏହ କୀର୍ତିମାନ କରିଥିଲେ । ୟୁରୋକପ ୨୦୨୪ କ୍ୱାଲିଫାୟର୍ସ ମ୍ୟାଚ ପର୍ତୁଗାଲ ଓ ଲିଚଟେଷ୍ଟାଇନ ମଧ୍ୟରେ ଖେଳା ଯାଇଥିଲା । ୩୮ ବର୍ଷୀୟ ରୋନାଲ୍ଡୋ ପଡିଆରେ ପ୍ରବେଶ କରିବା ମାତେ ଏହି ରେକର୍ଡ ହାସଲ କରିଥିଲେ । ସେ ଚମତ୍କାର ପ୍ରଦର୍ଶନ କରି ୨ଟି ଗୋଲ ସ୍କୋର କରିଥିଲେ ।
ପର୍ତୁଗାଲ ୪-୦ ଗୋଲରେ ଲିଚଟେଷ୍ଟାଇନକୁ ପରାସ୍ତ କରିଛି । ୟୁରୋପିଆନ ଚାମ୍ପିୟନଶିପରେ ପର୍ତୁଗାଲ ପାଇଁ ଭଲ ପ୍ରଦର୍ଶନ କରିବା ମୋର ପରବର୍ତୀ ଲକ୍ଷ୍ୟ ବୋଲି ଏହି ମହାନ ଖେଳାଳି ଜଣଙ୍କ କହିଛନ୍ତି ।
Comments are closed.