Latest Odisha News

BREAKING NEWS

୨୫ ଦିନ ହେଲା ଥାନା ହାଜତରେ ୨ କୁକୁଡ଼ା ବନ୍ଦୀ

ହାଇଦ୍ରାବାଦ: ତେଲଙ୍ଗାନାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଯେଉଁଠି ଦୀର୍ଘ ୨୫ ଦିନ ହେଲା ଥାନା ହାଜତରେ ବନ୍ଦୀ ଅଛନ୍ତି ୨ଟି କୁକୁଡ଼ା । ଏବେ ସେମାନେ ହାଜତରୁ ମୁକ୍ତି ଅପେକ୍ଷାରେ ଅଛନ୍ତି । ଜୁଆ ଆଡ୍ଡାରେ ରେଡ୍ ବେଳେ ଜୁଆଡ଼ିଙ୍କୁ ଗିରଫ କରିବା ସହ କୁକୁଡ଼ାଙ୍କୁ ବି ଧରିଥିଲା । ଅଭିଯୁକ୍ତ ଜାମିନରେ ବାହାରକୁ ଆସିଥିବା ବେଳେ କୁକୁଡ଼ା ଏବେ ଜେଲ୍ ହାଜତରେ ଅଛନ୍ତି ।

ଏହି ଘଟଣା ତେଲଙ୍ଗାନାର ଖମ୍ମମ ଜିଲ୍ଲାର । ମିଦିଗୋଣ୍ଡା ପୋଲିସ ଜାନୁଆରୀ ୧୦ ତାରିଖରେ ଜୁଆ ଆଡ୍ଡାରେ ରେଡ୍ ବେଳେ ଜୁଆଡ଼ିଙ୍କ ସହ ୨ କୁକୁଡ଼ାଙ୍କୁ ଧରିଥିଲା । ସଂକ୍ରାନ୍ତି ଉତ୍ସବରେ କୁକୁଡ଼ା ଲଢ଼େଇକୁ ନେଇ ଜୁଆ ଖେଳ ହୋଇଥିଲା । ପୋଲିସ ଚଢ଼ାଉ କରି ୧୦ ଜଣଙ୍କୁ ଗିରଫ କରିବା ସହ ବାଇକ୍ ଓ କୁକୁଡା ବତ କରିଥିଲା । ସେବେଠୁ କୁକୁଡ଼ା ଜେଲରେ ଅଛନ୍ତି ।

ଜୁଆଡ଼ି ଜାମିନରେ ବାହାରି ଆସିଥିବା ବେଳେ କୁକୁଡ଼ାଙ୍କୁ ମୁକୁଳାଇବା ଲାଗି କେହି ଆସିନାହାଁନ୍ତି । ମାମଲାର ପ୍ରମାଣ ଭାବେ ପୋଲିସ କୁକୁଡ଼ାଙ୍କୁ ହାଜତରେ ରଖିଛି । ପୋଲିସ ଅନୁଯାୟୀ, ୨ କୁକୁଡ଼ାଙ୍କୁ କୋର୍ଟ ଶୁଣାଣି ପରେ ଛାଡ଼ି ଦିଆଯାଇପାରେ ।

Leave A Reply

Your email address will not be published.