Latest Odisha News

ଇଂଲଣ୍ଡ ପାଇଁ ଇତିହାସ ରଚିଲେ ଜୋ ରୁଟ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ଇଂଲଣ୍ଡ ପକ୍ଷରୁ ଆନ୍ତର୍ଜାତୀୟ ଟେଷ୍ଟରେ ସର୍ବାଧିକ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ଅବସରରେ ସେ ତାଙ୍କ କ୍ୟାରିୟରର ୩୩ତମ ଶତକ ହାସଲ କରିଥିଲେ । ସେ ଏଥିସହ ନିଜ ଦେଶର ଆଲିଷ୍ଟର କୁକଙ୍କ ରେକର୍ଡ ସହ ସମକକ୍ଷ ହୋଇଥିଲେ । ତେବେ କୁକ ୨୯୧ ଇନିଂସରେ ଏହି ସଫଳତା ହାସଲ କରିଥିବା ବେଳେ ରୁଟ ୨୬୪ ଇନିଂସରେ ଏହାର ସମକକ୍ଷ ହୋଇଛନ୍ତି ।

କୁକ ୧୬୧ ଟେଷ୍ଟରେ ୨୯୧ ଇନିଂସରେ ୧୨୪୭୨ ରନ କରିଥିବା ବେଳେ ରୁଟ ୨୬୪ ଇନିଂସରେ ୧୨୨୭୪ ରନ ସଂଗ୍ରହ କରିଛନ୍ତି । ସେ କୁକଙ୍କ ଆଉ ଏକ ରେକର୍ଡ ଭାଙ୍ଗିବାର ନିକଟତର ହୋଇଛନ୍ତି । ରୁଟ ଏବେ ଭାରତର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଟେଷ୍ଟ ରେକର୍ଡ ଭାଙ୍ଗିବା ପାଇଁ ଜୋରସୋରରେ ଉଦ୍ୟମ କରୁଛନ୍ତି ।

Comments are closed.