Latest Odisha News

ଡ୍ରାଭିଡ, ବର୍ଡର, ପଂଟିଂଙ୍କ ରେକର୍ଡ ଭାଙ୍ଗିଲେ ରୁଟ

ଲଣ୍ଡନ: ଇଂଲଣ୍ଡ-ଶ୍ରୀଲଙ୍କା ମ୍ୟାଚେଂଷ୍ଟର ଟେଷ୍ଟରେ ଜୋ ରୁଟ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଟେଷ୍ଟ କ୍ରିକେଟରେ ସର୍ବାଧିକ ୬୪ ଅର୍ଦ୍ଧଶତକ ହାସଲ କରି ସେ ରାହୁଲ ଡ୍ରାଭିଡ, ଆଲାନ ବର୍ଡର ଓ ରିକି ପଂଟିଂଙ୍କୁ ପଛରେ ପକାଇ ଦେଇଛନ୍ତି । ଓଭରାଲ ସେ ତୃତୀୟ ସ୍ଥାନରେ ରହିଛନ୍ତି । ଇଂଲଣ୍ଡକୁ ବିଜୟ ପାଇଁ ଦ୍ୱିତୀୟ ଇନିଂସରେ ୨୦୫ ରନ ଆବଶ୍ୟକ ହେଉଥିଲା । ରୁଟ ୬୨ ରନର ଇନିଂସ ଖେଳିଥିଲେ । ଏହି ତାଲିକାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୬୮ ଅର୍ଦ୍ଧଶତକ ସହ ଶୀର୍ଷରେ ଏବଂ ତାଙ୍କ ପଛକୁ ୱେଷ୍ଟଇଣ୍ଡିଜର ଶିବନାରିନ ଚନ୍ଦରପାଲ(୬୬) ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରାହୁଲ ଡ୍ରାଭିଡ(୬୩), ଆଲାନ ବର୍ଡର(୬୩), ରିକି ପଂଟିଂ (୬୨)ଓ ଜ୍ୟାକ୍ସ କାଲିସ(୫୮) ଯଥାକ୍ରମେ ୪ର୍ଥରୁ ୭ମ ସ୍ଥାନରେ ରହିଛନ୍ତି ।

ଏହା ବ୍ୟତୀତ ରୁଟ ଏହି ଗ୍ରାଉଣ୍ଡରେ ସର୍ବାଧିକ ଅର୍ଦ୍ଧଶତକ ମାରିଛନ୍ତି । ସେ ଇଆନ ବେଲ ଓ ଡେନିସ କମଟନଙ୍କୁ ପଛରେ ପକାଇ ଦେଇଛନ୍ତି । ରୁଟ ୮ଟି ଅର୍ଦ୍ଧଶତକ ମାରିଥିବା ବେଳେ ସେମାନେ ୭ ଥର ୫୦ରୁ ଊର୍ଦ୍ଧ୍ୱ ସ୍କୋର କରିଛନ୍ତି । ୪ର୍ଥ ଇନିଂସରେ ଅର୍ଦ୍ଧଶତକ ହାସଲ କରିବାରେ ସେ ଇଂଲଣ୍ଡ ପକ୍ଷରୁ ସେ ୪ର୍ଥ ଖେଳାଳି ହୋଇଛନ୍ତି । ରୁଟ ୧୦ ଥର ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ମାଇକ ଆର୍ଥଟନ ୧୧ ଥର , କୁକ ୧୧ ଥର ଓ ଜ୍ୟେଫ୍ରି ବୟକଟ ୧୦ ଥର ଏହି ସଫଳତା ହାସଲ କରିଛନ୍ତି ।

Comments are closed.