Latest Odisha News

ସଚିନଙ୍କୁ ପଛରେ ପକାଇଲେ ରୁଟ

ଲଣ୍ଡନ: ଇଂଲଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଜୋ ରୁଟ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ଚତୁର୍ଥ ଇନିଂସରେ ସର୍ବାଧିକ ରନ ସଂଗ୍ରହ କରିବାରେ ସେ ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି । ୧୫୦ତମ ଟେଷ୍ଟ ଖେଳୁଥିବା ରୁଟ ୧୫ ବଲରେ ୨୨ ରନ କରି ଅପରାଜିତ ରହିଥିଲେ । ୪ର୍ଥ ଇନିଂସରେ ରୁଟ ଓଭରାଲ ୧୬୩୦ ରନ କରି ଶୀର୍ଷରେ ରହିଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ସଚିନଙ୍କ ନାମରେ ରହିଥିଲା । ସେ ୧୬୨୫ ରନ ସଂଗ୍ରହ କରିଥିଲେ । ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲିଷ୍ଟର କୁକ ୧୬୧୧ ରନ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ଇଂଲଣ୍ଡ ଏହି ମ୍ୟାଚକୁ ୮ ୱିକେଟରେ ଜିତିବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୩୪୮ ରନ କରିଥିଲା । ଏହାର ଜବାବରେ ଇଂଲଣ୍ଡ ୪୯୯ ରନ କରି ୧୫୧ ରନର ଅଗ୍ରଣୀ ହାସଲ କରିଥିଲା । ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୨୫୪ ରନରେ ଅଲଆଉଟ ହେବା ଫଳରେ ଇଂଲଣ୍ଡ ସମ୍ମୁଖରେ ୧୦୪ ରନର ଲକ୍ଷ୍ୟ ରହିଥିଲା । ଯାହାକୁ ୧୨.୪ ଓଭରରେ ଇଂଲଣ୍ଡ ହାସଲ କରି ନେଇଥିଲା ।

Comments are closed.