Latest Odisha News

BREAKING NEWS

ଦୀର୍ଘ ଦିନ ପରେ ସମ୍ବଲପୁରରେ ରୋପୱେ ସେବା ଆରମ୍ଭ

ସମ୍ବଲପୁର: ଦୀର୍ଘ ସାତ ମାସ ପରେ ସମ୍ବଲପୁରର ବୁର୍ଲାସ୍ଥିତ ହୀରାକୁଦ ଡ୍ୟାମ ନିକଟରେ ଥିବା ରୋପୱେ ସେବା ରବିବାର ଦିନ ଖୋଲିଛି। ଯାହାକୁ କୋଭିଡ-୧୯ ମହାମାରୀ ଯୋଗୁଁ ବନ୍ଦ କରାଯାଇଥିଲା।

ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନ କମିଶନର ଅନିରୁଦ୍ଧ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମ୍ୟୁନିସିପାଲ କର୍ପୋରେସନ୍ ଦ୍ୱାରା ପରିଚାଳିତ ରୋପୱେ ସେବା ଗୁଡ଼ିକୁ ଉପଯୁକ୍ତ ସାନିଟାଇଜେସନ ସହିତ ପୁନଃ ଆରମ୍ଭ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି, ଆମେ ପର୍ଯ୍ୟଟକମାନଙ୍କୁ କୋଭିଡ-୧୯ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରିବା ଏବଂ ସାମାଜିକ ଦୂରତା ବଜାୟ ସହ ମାସ୍କ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦେଇଛୁ।

ଜବାହର ଉଦ୍ୟାନରୁ ଗାନ୍ଧୀ ମିନାର ପର୍ଯ୍ୟନ୍ତ ଯାଉଥିବା ଏହି ରୋପୱେରେ ଚାରୋଟି କ୍ୟାବିନ ରହିଛି। ଯେଉଁଥିରେ ପ୍ରତ୍ୟେକଟିରେ ଚାରି ଜଣ ଲେଖାଏଁ ବସିବାର କ୍ଷମତା ରହିଛି।

ପ୍ରତ୍ୟେକ ବ୍ୟକ୍ତିଙ୍କ ପିଛା ଟିକେଟ୍ ମୂଲ୍ୟ ୫୦ ଟଙ୍କା ରହିଛି। ଏହି ରୋପୱେ ସେବା ସକାଳ ୧୦ଟାରୁ ଅପରାହ୍ନ ୪.୩୦ ଯାଏଁ ଖୋଲା ରହିବ। ତେବେ ଗତ ବର୍ଷ ନଭେମ୍ବର ୨୮ରେ ଏହି ରୋପୱେ ସେବା ଆରମ୍ଭ ହୋଇଥିଲା।

 

Leave A Reply

Your email address will not be published.