Latest Odisha News

BREAKING NEWS

ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା, କୋଟିଏରୁ ଅଧିକ ଟଙ୍କାର ୭ କାର ଜବତ

ପଶ୍ଚିମବଙ୍ଗ : ବହୁଚର୍ଚ୍ଚିତ ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ତନାଘନା । କୋଟିଏ ଟଙ୍କାରୁ ଅଧିକ ଟଙ୍କାର ୭ଟି କାର ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଘଟଣାରେ ଇଡି ସାନି ରେଡ୍ କରିବା ସହ କାର ଗୁଡିକୁ ଜବତ କରିଛି । ରୋଜଭ୍ୟାଲି ଦୁର୍ନୀତି ନେଇ ଗତ ୧୦ ତାରିଖରେ ଇଡି ପଶ୍ଚିମବଙ୍ଗର ୭ଟି ସ୍ଥାନରେ ରେଡ କରି ବିଭିନ୍ନ କାର୍ ଜବତ କରିଛି । ଗାଡି ଗୁଡିକ ମଧ୍ୟରେ ରହିଛି ଏକ ମହିନ୍ଦ୍ରା ବୋଲେରୋ ଏସୟୁଭି, ଏକ ହୋଣ୍ଡାସିଟି, ଟୟୋଟା ଇନୋଭା, ଟାଟା ଇଣ୍ଡିକା, ହ୍ୟୁଣ୍ଡାଇ ଭର୍ଣ୍ଣା, ମହିନ୍ଦ୍ରା ଏକ୍ସୟୁଭି । ଏସମସ୍ତ କାରର ଦାମ ପ୍ରାୟ କୋଟିଏ ଟଙ୍କା ହେବ ।

ରୋଜଭ୍ୟାଲି ଗ୍ରୁପର ବିଭିନ୍ନ କାର୍ଯ୍ୟାଳୟରେ ଏହି ଗାଡି ଗୁଡିକ ବ୍ୟବହୃତ ହେଉଥିଲା । ବିଭିନ୍ନ ଜାଲ୍ ଯୋଜନା ଜରିଆରେ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ନେଇ କମ୍ପାନୀ ବିରୋଧରେ ଅଭିଯୋଗ ହୋଇଥିଲା । ରୋଜଭ୍ୟାଲି ଗ୍ରୁପର ବିଭିନ୍ନ କମ୍ପାନୀ ଜରିଆରେ ଓଡ଼ିଶା, ପଶ୍ଚିମବଙ୍ଗ, ତ୍ରିପୁରା, ଆସାମ, ମହାରାଷ୍ଟ୍ର, ଝାଡଖଣ୍ଡ ଓ ଅନ୍ୟାନ୍ୟ ରାଜ୍ୟରେ ବିପୁଳ ସମ୍ପତ୍ତି ହାସଲ କରାଯାଇଥିଲା । ୨୦୧୪ରେ କମ୍ପାନୀର ଅଧ୍ୟକ୍ଷ ଗୌତମ କୁଣ୍ଡୁ ଓ ଅନ୍ୟମାନଙ୍କ ବିରୋଧରେ ଇଡି ଅପରାଧ ମାମଲା ରୁଜୁ କରିଥିଲା । ପରେ ତାଙ୍କୁ କୋଲକାତାରୁ ଗିରଫ କରାଯାଇଥିଲା । ମାମଲାର ତଦନ୍ତ ଜାରି ରହିଥିବା ବେଳେ ବିଭିନ୍ନ ଚାର୍ଜସିଟ ମଧ୍ୟ ଦାଖଲ ହୋଇଛି ।

Leave A Reply

Your email address will not be published.