Latest Odisha News

BREAKING NEWS

ଭିଡିଓ ଭାଇରାଲ୍‌ ପରେ ବି ବଢୁନି ଗ୍ରାହକଙ୍କ ସଂଖ୍ୟା

ନୂଆଦିଲ୍ଲୀ: କିଛିଦିନ ତଳେ ଆଗ୍ରାର ‘ରୋଟି ୱାଲି ଅମ୍ମା’ଙ୍କ ଭିଡିଓ ବେଶ୍‌ ଭାଇରାଲ୍‌ ହୋଇଥିଲା। ହେଲେ ତାଙ୍କ ପେସା ଉପରେ ଏହାର ସେତେଟା ପ୍ରଭାବ ପଡ଼ି ନଥିବାରୁ ଏହାକୁ ନେଇ ସେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି।

ରିପୋର୍ଟ ଅନୁଯାୟୀ, ‘ରୋଟି ୱାଲି ଅମ୍ମା’ ତଥା ଭଗବାନ ଦେବୀ ପଥିକମାନଙ୍କୁ ପେଟଭରି ଆହାର ଯୋଗାଇ ଦିଅନ୍ତି। ଅର୍ଥାତ୍‌ ମାତ୍ର ୨୦ ଟଙ୍କାରେ ଗୋଟିଏ ପ୍ଲେଟ୍‌ ଡାଲି, ସବ୍‌ଜି ଏବଂ ‌ରୁଟି ଖାଇବାକୁ ଦିଅନ୍ତି। ଏଥିରୁ ଯାହା ମିଳେ ସେଥିରେ ସେ ତାଙ୍କ ଗୁଜୁରାଣ ମେଣ୍ଟାନ୍ତି। ତେବେ ୨୦ ଟଙ୍କାରେ ଥାଳି ଭରି ଖାଇବାକୁ ଦେଉଥିବା ଏହି ଅମ୍ମାଙ୍କ ଭିଡିଓ ନିକଟରେ ଖୁବ୍‌ ଭାଇରାଲ୍‌ ହୋଇଥିଲା।

ଭିଡିଓ ଭାଇରାଲ୍‌ ହୋଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ି ନଥିବା ଏବଂ ଅମ୍ମାଙ୍କ ଗ୍ରାହକଙ୍କ ସଂଖ୍ୟା ବଢ଼ୁ ନଥିବା ଦେଖିବାକୁ ମିଳିଛି। ଏଥିରେ ବ୍ୟଥିତ ହୋଇ ଅମ୍ମା ଦୁଃଖ ପ୍ରକାଶ କରିଛନ୍ତି।

ରାସ୍ତା କଡ଼ରେ ଅମ୍ମାଙ୍କ ଏହି ଛୋଟ ଦୋକାନଟି ଥିବାରୁ ଅନେକ ସମୟରେ ସେଠାରୁ ତାଙ୍କୁ ହଟାଇ ଦିଆଯାଉଛି। ତେବେ ଏ ନେଇ ଅମ୍ମା କହିଛନ୍ତି ଯେ ମୋତେ କେହି ସମର୍ଥନ କରୁନାହାନ୍ତି। ଯଦି କେହି ସମର୍ଥନ କରୁଥାନ୍ତେ ତେବେ ଏଭଳି ପରିସ୍ଥିତି ଉପୁଜିନଥାନ୍ତା।

Leave A Reply

Your email address will not be published.