Latest Odisha News

BREAKING NEWS

ମଧ୍ୟାହ୍ନ ଭୋଜନରେ ପୋକରା ଚାଉଳକୁ ନେଇ ଉତ୍ତେଜନା

ନବରଙ୍ଗପୁର: ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ପୋକରା ଚାଉଳ ଦିଆଯାଉଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ମୁର୍ତ୍ତୃମା ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଲାଙ୍କୁ ପୋକରା ଚାଉଳକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପୁଷ୍ଟିସାର ଖାଦ୍ୟ ଯୋଗାଇବା ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି ।

ତଥାପି ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଶୁଣୁ ନାହାନ୍ତି । ଦୀର୍ଘ ଦିନ ଧରି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ପୋକରା ଚାଉଳ ଦିଆଯାଉଥିବା ବେଳେ କେହି ନ ଶୁଣିବାରୁ ଗ୍ରାମବାସୀ ସ୍କୁଲରେ ପଶି ରୋଷେଇ ବନ୍ଦ କରିଛନ୍ତି ।

Leave A Reply

Your email address will not be published.