Latest Odisha News

ନଦୀରେ ଗାଧୋଇବା ହେଲା କାଳ: ୩ ଜଣଙ୍କ ମୃତ୍ୟୁ, ଜଣେ ଏବେ ବି ନିଖୋଜ

ରାଉରକେଲା: ନଦୀରେ ଗାଧୋଇବା ହେଲା କାଳ: ବୁଡିଯାଇ ୩ ଜଣଙ୍କ ମୃତ୍ୟୁ ଜଣେ ଏବେ ବି ନିଖୋଜ । ଶନିବାର ଷ୍ଟିଲ୍ ସହର ରାଉରକେଲାର କୋଏଲ ନଦୀରେ ଥିବା ଝିରପାଣି ପମ୍ପ ହାଉସ୍ ନିକଟରେ ଗାଧୋଇବାବେଳେ ପାଣିର ପ୍ରବଳ ସ୍ରୋତରେ ଚାରିଜଣ ନାବାଳକ ଭାଲିଯାଇଥିଲେ ।

ଏଥିରେ ତିନିଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବାଳକ ନିଖୋଜ ରହିଛି। ଏ ସମସ୍ତ ଝାଡଖଣ୍ଡର ବାସିନ୍ଦା ବୋଲି ଜଣାପଡିଛି । ଏବଂ ରାଉରକେଲାକୁ ସେମାନଙ୍କ ସମ୍ପର୍କୀୟଙ୍କ ଘରକୁ ଛୁଟିଦିନ କଟାଇବାକୁ ଆସିଥିଲେ।

ଅପରାହ୍ନ ପ୍ରାୟ ୪ ଟାରେ ଏହି ଚାରିଜଣ ନାବାଳକ ଅପରାହ୍ନରେ କୋଏଲ ନଦୀରେ ଗାଧୋଇବାକୁ ଯାଇଥିଲେ। ବର୍ଷା ପରେ ପ୍ରବଳ ନଦୀ ପ୍ରବାହ ସମସ୍ତଙ୍କୁ ଭସାଇ ନେଇଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ ଏହାପରେ ଅଗ୍ନିଶମ ବିଭାଗକୁ ଡାକିଥିଲେ । ପରେ ନଦୀରୁ ତିନୋଟି ମୃତଦେହ ଉଦ୍ଦାର ହୋଇପାରିଥିଲା। ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଆଉ ଜଣେ ନାବାଳକକୁ ଖୋଜା ଚାଲିଛି।

Leave A Reply

Your email address will not be published.