ଭୁବନେଶ୍ୱର: ରାଉରକେଲା-ଭୁବନେଶ୍ୱର-ରାଉରକେଲା ଆନ୍ତ ରାଜ୍ୟ ଟ୍ରେନର ସେବାକୁ ୨୦୨୦ ମସିହା ୩୧ ଡିସେମ୍ବର ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।
ଜାଣନ୍ତୁ, ସମ୍ପୂର୍ଣ୍ଣ ବିବରଣୀ
୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ୱତନ୍ତ୍ର ଟ୍ରେନ ରାଉରକେଲାରୁ ଶନିବାର ଏବଂ ରବିବାର ବ୍ୟତୀତ ପ୍ରତିଦିନ ୦୫୧୦ ଘଣ୍ଟାରେ (ସକାଳ ୫ଘ.୧୦ମି.) ଛାଡି ୧୨୩୦ ଘଣ୍ଟାରେ (ଅପରାହ୍ନ ୧୨ଘ.୩୦ମି.) ଭୁବନେଶ୍ୱରରେ ପହଞ୍ଚିବ।
ସେହିପରି ଫେରିବା ମାର୍ଗରେ, ୦୨୮୬୨ ଭୁବନେଶ୍ୱର-ରାଉରକେଲା ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱରରୁ ଶନିବାର ଏବଂ ରବିବାର ବ୍ୟତୀତ ପ୍ରତିଦିନ ୧୪୧୦ ଘଣ୍ଟାରେ (ଅପରାହ୍ନ ୨ଘ.୧୦ମି.ରେ) ଛାଡି ରାଉରକେଲାରେ ୨୧୪୦ ଘଣ୍ଟାରେ (ରାତ୍ର ୯ଘ.୪୦ମି.)ରେ ପହଞ୍ଚିବ।
ଏହି ଟ୍ରେନ୍ ଉଭୟ ଦିଗରୁ ରାଉରକେଲା ଏବଂ ଭୁବନେଶ୍ୱର ମଧ୍ୟରେ ରାଜଗଙ୍ଗପୁର, ବାମରା, ଝାରସୁଗୁଡା, ରେଙ୍ଗାଲୀ, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୁଳ, ତାଲଚର ରୋଡ୍, ଢେଙ୍କାନାଳ ଏବଂ ନରାଜ ମାର୍ଥାପୁରରେ ରହଣି କରିବ।
Comments are closed.