Latest Odisha News

BREAKING NEWS

କରୋନା ପଜିଟିଭ୍ ଚିହ୍ନଟ ପରେ ୭୨ଘଣ୍ଟା ପାଇଁ ରାଉରକେଲାର ଇପିଏଫ୍ ଅଫିସ୍ ବନ୍ଦ

ରାଉରକେଲା : ରାଜ୍ୟରେ ଦିନକୁ ଦିନ ବ୍ୟାପୁଛି କରୋନା ସଂକ୍ରମଣ । କିଛି ଦିନ ଧରି ଲଗାତର କରୋନା ସଂକ୍ରମଣ ଉପରମୁହାଁ ଥିବା ବେଳେ, ଗତ ୨୪ ଘଣ୍ଟାରେ ସାମାନ୍ୟ ହ୍ରାସ ପାଇଛି ଆକ୍ରାନ୍ତ ସଂଖ୍ୟା । ତେବେ ଭୂତାଣୁକୁ ନେଇ ସୁନ୍ଦରଗଡ଼ରେ ସଂକ୍ରମିତ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହି ଅବସରରେ କିଛି ପଜିଟିଭ୍ ଚିହ୍ନଟ ହେବା ପରେ ରାଉରକେଲାର ଇପିଏଫ୍ ଉପ ଆଞ୍ଚଳିକ କାର୍ଯ୍ୟାଳୟକୁ ୭୨ ଘଣ୍ଟା ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଉରକେଲା ମ୍ୟୁନିସିପାଲ୍ କର୍ପୋରେସନର କମିଶନର ଇପିଏଫ୍ ଉପ ଆଞ୍ଚଳିକ କାର୍ଯ୍ୟାଳୟକୁ ୭୨ ଘଣ୍ଟା ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଠାରେ କିଛି ସଂକ୍ରମିତ ଚିହ୍ନଟ ହେବା ପରେ ଆସନ୍ତା ଏପ୍ରିଲ୍ ୨୮ ତାରିଖ ଯାଏଁ ରାଉରକେଲାର ଇପିଏଫ୍ ଉପ ଆଞ୍ଚଳିକ କାର୍ଯ୍ୟାଳୟକୁ ବନ୍ଦ କରିବାକୁ କୁହାଯାଇଛି । ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ହୋମ କ୍ବାରେଣ୍ଟାଇନ ରଖାଯିବ । ଜରୁରୀକାଳୀନ ପରିସ୍ଥିତିରେ, ସେମାନଙ୍କ ସ୍ବ୍ୟାସ୍ଥାବସ୍ଥା ଉପରେ ଧ୍ୟାନ ଦେବେ କର୍ତ୍ତୃପକ୍ଷ । ଗତକାଲି ପିଏଫ୍ କଲୋନିକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.