ରାଉରକେଲା: ଜାନୁଆରୀ ୧୦ରେ ରାଉରକେଲା ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ପାଇଲଟଙ୍କ ମଧ୍ୟରୁ ଜଣେ ପାଇଲଟ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଶୁକ୍ରବାର ପାଇଲଟ କ୍ୟାପ୍ଟେନ ତରୁଣ ଶ୍ରୀବାସ୍ତବ ସୁସ୍ଥ ହୋଇ ଫେରିଛନ୍ତି।
ତେବେ ଜଲଦାରେ ଘଟିଥିବା ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ସମେତ ଛଅ ଜଣ ଗୁରୁତର ଆହତ ହୋଇଥିଲେ। ଶ୍ରୀବାସ୍ତବ ଦୁର୍ଘଟଣା ସମୟରେ ହୋଇଥିବା ଆଘାତ ପାଇଁ ଚିକିତ୍ସିତ ହେଉଥିଲେ। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଡାକ୍ତରମାନେ ତାଙ୍କୁ ଡିସଚାର୍ଜ କରିବାକୁ ଅନୁମତି ଦେଇଛନ୍ତି।
ବିମାନ ଦୁର୍ଘଟଣାରେ ଦୁଇ ପାଇଲଟ ଏବଂ ଚାରି ଜଣ ଯାତ୍ରୀଙ୍କ ସମେତ ଛଅ ଜଣ ଗୁରୁତର ଆହତ ହୋଇଥିଲେ। ପୂର୍ବରୁ ପାଇଲଟ କ୍ୟାପ୍ଟେନ ନବୀନ କଡାଙ୍ଗା ଏବଂ ଦୁଇ ଜଣ ଯାତ୍ରୀ ସୁସ୍ଥ ହୋଇ ଘରକୁ ଫେରିଥିଲେ। ତେବେ ଏହି ଦୁଃଖଦ ଘଟଣାରେ ଆହତ ହୋଇଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଅପରପକ୍ଷରେ ଅନିତା ସାହୁ ନାମକ ଜଣେ ଆହତ ଯାତ୍ରୀ ହସ୍ପିଟାଲରେ ଏବେବି ଚିକିତ୍ସିତ ହେଉଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି।