ରାଉରକେଲା: ସୋମବାର ଦିନ ସୁନ୍ଦରଗଡରୁ ୯୬ ଟି ନୂତନ ମାମଲା ଚିହ୍ନଟ ହୋଇଥିବା ବେଳେ କେବଳ ଷ୍ଟିଲ ସିଟି ରାଉରକେଲାରୁ ଚିହ୍ନଟ ହୋଇଛନ୍ତି ୮୪ ନୂଆ ପଜିଟିଭ। ଏହାକୁ ମିଶାଇ ରାଉରକେଲାରେ ମୋଟ ସଂଖ୍ୟା ଛୁଇଁଛି ୪୯୪୩। ଏହି ନୂତନ ସଂକ୍ରମିତଙ୍କ ମଧ୍ୟରୁ ଜଣେ NIT କ୍ୟାମ୍ପସରୁ ଚିହ୍ନଟ ହୋଇଥିବା ଜଣାପଡିଛି । ବାକି ଆକ୍ରାନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବୋଲି ଜଣାପଡିଛି। ସଂକ୍ରମିତ ଲୋକଙ୍କ ମଧ୍ୟରେ ଆଉ ଜଣେ ଏନଟିପିସି କର୍ମଚାରୀ ମଧ୍ୟ ଅଛନ୍ତି।
୩୮ ଜଣଙ୍କର ମୃତ୍ୟୁ ଏବଂ ୪୧୬୦ ଜଣ ଆରୋଗ୍ୟଙ୍କ ସହିତ ସୁନ୍ଦରଗଡରେ ବର୍ତ୍ତମାନ ୭୪୧ ଟି ସକ୍ରିୟ ମାମଲା ରହିଛି।
Comments are closed.