ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୩୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦୫୩ ରେ ପହଞ୍ଚିଛି।
ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।
Details of 33 cases reported. @HFWOdisha @rvineel_krishna @MoSarkar_Odisha @MoSarakaar @MoSarkar5T @RourkelaMC @spsundargarh @DudaSundargarh @rural_agency @sprourkela https://t.co/S6YDyhjTSX pic.twitter.com/Dr0BP2PHBk
— Collector and DM, Sundargarh (@DMSundargarh) July 26, 2020
ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୩ ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରି ନାହିଁ । ଆଉ ୧୦ ଜଣ ରାଉରକେଲାରୁ ଚିହ୍ନଟ ହୋଇଥିବା ବେଳେ ଜଣେ ବୀରମିତ୍ରପୁର ମୁନସିପାଲିଟିରୁ । ଆହୁରି ମଧ୍ୟ ରାଉରକେଲାରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାକି ସୁନ୍ଦରଗଡରୁ ବାହାରିଛନ୍ତି।
ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୩୦୪ କରୋନା ସକ୍ରିୟ ମାମଲା ରହିଥିବା ବେଳେ ୭୪୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଛଡା ୫ଜଣ ମୃତ୍ୟୁବରଣ କରିଛନ୍ତି।
Comments are closed.