Latest Odisha News

ସୁସ୍ମିତା ମିଞ୍ଜ ମାମଲାରେ ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳ ତଦନ୍ତ ପରିସରଭୁକ୍ତ ହେବେ: ଏସପି

ସୁନ୍ଦରଗଡ: ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି ଯେ, ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣାର ତଦନ୍ତରେ କାହାରିକୁ ଛଡ଼ାଯିବ ନାହିଁ, ଆବଶ୍ୟକ ପଡିଲେ ଜିଲ୍ଲାପାଳଙ୍କୁ ମଧ୍ୟ ପଚରାଉଚରା କରାଯାଇପାରେ।

ଗତ ସେପ୍ଟେମ୍ବର ୧୯ ତାରିଖରେ ରାଉରକେଲାର ଏକ ପୋଖରୀରୁ ମିଞ୍ଜଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲା। ପୁଲିସ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କୁ ପଚରାଉଚରା କରି ମୃତ୍ୟୁର ପୂର୍ବ ରାତିରେ ସେ ରହୁଥିବା ହୋଟେଲର ସିସିଟିଭି ଫୁଟେଜ୍ ଜବତ କରିବାକୁ ଉଦ୍ୟମ ଚଳାଇଛି।

ଏଡିଏମ୍ ଓ ଜିଲ୍ଲାପାଳଙ୍କ ସମ୍ପୃକ୍ତି ନେଇ ଏସପି ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଆଇନ ଅନୁଯାୟୀ ତଦନ୍ତ ଚାଲିଛି ଏବଂ ଏଥିରେ ସମ୍ପୃକ୍ତି ଥିବାର ପ୍ରମାଣ ମିଳିଲେ ସମସ୍ତଙ୍କୁ ପଚରାଉଚରା କରାଯିବ।

ମିଞ୍ଜ ମୃତ୍ୟୁ ପୂର୍ବରୁ ଯେଉଁ ରାଧିକା ହୋଟେଲରେ ରହୁଥିଲେ ତାର ଦୁଇ ଦିନ ପୂର୍ବରୁ ଗୁରୁଦ୍ବାର ରୋଡରେ ରହୁଥିବା ଅନୁରାଗ ହୋଟେଲରେ ରହୁଥିବା ଜଣାପଡ଼ିଛି। ଏବେ ପୋଲିସ ହୋଟେଲ ମ୍ୟାନେଜରଙ୍କୁ ପଚରାଉଚରା କରିଛି। ସେ କହିଛନ୍ତି ଯେ ସେପ୍ଟେମ୍ବର ୧୬ରେ ସୁସ୍ମିତା ଚେକ୍ ଇନ୍ କରିଥିଲେ ଏବଂ ପରଦିନ ୨ କିମ୍ବା ୩ ଟାରେ ଚେକ୍ ଆଉଟ୍ କରିଥିଲେ। ସେ କହିଥିଲେ ଯେ ସେ ହୋଟେଲରେ ରାତ୍ରି ଭୋଜନ କରିନଥିଲେ ଏବଂ ସେ ରାତିରେ କାହାକୁ ଭେଟିବାର ଦେଖିନଥିଲେ।

ମିଞ୍ଜଙ୍କ ମୃତ୍ୟୁର କାରଣ ଖୋଜୁଛି ପୋଲିସ। ତେବେ ଏସପି କାହାକୁ ଛଡ଼ାଯିବ ନାହିଁ ବୋଲି କହିବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ପଚରାଉଚରା କରାଯାଇପାରେ ବୋଲି କହିବା ଘଟଣା ସୂଚାଉଛି ଯେ ପୋଲିସ ଏହି ମାମଲାକୁ ଅତ୍ୟନ୍ତ ଗୁରୁତର ସହ ନେଉଛି।

ଅନ୍ୟପଟେ ଆଜି ଏହି ମାମଲାରେ ରାଜରାସ୍ତାକୁ ଓହ୍ଲାଇଛି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା। ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛି ଜେଏମଏମ।

Leave A Reply

Your email address will not be published.