Latest Odisha News

BREAKING NEWS

RSP ଗ୍ୟାସ୍ ଲିକ୍ ଟ୍ରାଜେଡି: ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ୍ ଲିକ୍‌ ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ଦୁଇ ଜଣ ପ୍ରାଣ ହରାଇଥିଲେ । ଗ୍ୟାସ ଲିକ୍ ଯୋଗୁ ୧୦ ଜଣ ଠିକା କର୍ମଚାରୀ ଅସୁସ୍ଥ ହୋଇଥିଲେ । ସମସ୍ତଙ୍କୁ ଗୁରତର ଅବସ୍ଥାରେ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ଗ୍ୟାସ୍ ଲିକର କାରଣ ଅସ୍ପଷ୍ଟ ଥିବା ବେଳେ ଆରଏସପିର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆରଏସପି କର୍ତ୍ତୃପକ୍ଷ । କୋଲ୍ କେମିକାଲ ଡିପାର୍ଟମେଣ୍ଟ ବା ସିସିଡି ବିଭାଗରେ ଏହି ଗ୍ୟାସ୍ ଲିକ୍ ହୋଇଥିଲା ।

ଆଜି ସକାଳ ୯ଟା ବେଳେ ୧୦ ଜଣ ଠିକା କର୍ମଚାରୀ ସିସିଡିରେ ପାଇପ ମରାମତି କରୁଥିଲେ । ଗ୍ୟାସ ପାଇପ ବଦଳାଇବା ବେଳେ ଜଣଙ୍କ ପରେ ଜଣେ ଅସୁସ୍ଥ ଅନୁଭବ କରିଥିଲେ । ସଙ୍ଗେ ସଙ୍ଗେ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ୪ଜଣଙ୍କର ଜୀବନ ଯାଇଛି । ଆଉ ୬ ଜଣ ଗୁରୁତର ଅଛନ୍ତି ।

Leave A Reply

Your email address will not be published.