Latest Odisha News

ରାସ୍ତାରେ `ଶଙ୍ଖ ଭବନ’ ରାଜନୀତି

ଭୁବନେଶ୍ୱର: ଶଙ୍ଖଭବନକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ। ବିଜେଡି ଦଳୀୟ କାର୍ଯ୍ୟାଳୟ ରାସ୍ତା ଉପରେ ରହିଥିବା ଅଭିଯୋଗ। ଶଙ୍ଖଭବନ ରହିଥିବା ପ୍ଲଟର କିସମ ସଡକ ରହିଥିଲେ ବି ଏହାକୁ ବଦଳାଯାଇ ଘରବାଡି କରି ନିର୍ମାଣ କାର୍ଯ୍ୟ କରାଯାଇଥିବା ତଥ୍ୟ ସାମନାକୁ ଆସିଥିଲା। ଅଭିଯୋଗର ତଦନ୍ତ ହେବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିବା ପରେ କାଉଣ୍ଟର କରିଛି ବିଜେଡି । ଆଇନ ଆଧାରରେ ଶଙ୍ଖ ଭବନ ନିର୍ମାଣ ହୋଇଥିବା ବିଜେଡି କହିଛି।

ବଢିଲା `ଶଙ୍ଖ ଭବନ’ ରାଜନୀତି

ବେଆଇନ୍ ଭାବେ ନିର୍ମାଣ ହୋଇଛି କି ବିଜେଡିର ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନ? ଏନେଇ ଅଭିଯୋଗ ଆସିବା ପରଠୁ ଉଠୁଛି ପଡୁଛି ରାଜ୍ୟ ରାଜନୀତି। ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଜବାବ ରଖିଛି ବିଜେଡି । ଶଙ୍ଖ ଭବନ ନିର୍ମାଣକୁ ନେଇ କୌଣସି ଆଇନଗତ ଅସଙ୍ଗତି ନାହିଁ ।୧୩ କୋଟି ଟଙ୍କାରେ ଜମିର ମୂଲ୍ୟାୟନ ହୋଇଥିଲା । ଯାହାକୁ ପୈଠ ମଧ୍ୟ କରାଯାଇଛି। ଡକ୍ୟୁମେଣ୍ଟରେ ଏହା ମୁଖ୍ୟ ରାସ୍ତା ନୁହେଁ ଏକ ଉପଗଳି ବୋଲି ଉଲ୍ଲେଖ ରହିଥିବା ବିଜେଡି କହିଛି।

`ଶଙ୍ଖ ଭବନ’ ନେଇ କିଏ କରୁଛି ବିଭ୍ରାନ୍ତ ? 

ଶଙ୍ଖ ଭବନକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା ବିଜେଡି କହିଛି। ଦୁଇଟି କ୍ବାର୍ଟର ଭିତରେ ଉପଗଳି ରହିଥିବା ଦସ୍ତାବିଜରେ ରହିଛି। ତାହା ସର୍ବସାଧାରଣଙ୍କ ସଡକ ବୋଲି ଉଲ୍ଳେଖ ନାହିଁ । ଗଙ୍ଗନଗର ଅଞ୍ଚଳରେ ବେଞ୍ଚମାର୍କ ଭାଲ୍ୟୁ ଅନୁସାରେ ନିଆଯାଇଛି। ଏନେଇ ସରକାରୀ ନଥିପତ୍ର ସବୁ ରହିଥିବା ବିଜେଡି କହିଛି । ରାଜସ୍ବ ମନ୍ତ୍ରୀଙ୍କୁ ଏନେଇ ଠିକ୍ ଭାବେ ଅବଗତ କରାଯାଇନଥିବା ବିଜେଡି ମୁଖପାତ୍ର ଦେବୀ ମିଶ୍ର କହିଛନ୍ତି। କେବଳ ବ୍ଲେମଗେମ୍ କରି ବିଜେପି ଖସିବାକୁ ଯାଉଥିବା ବିଜେଡି କହିଛି।

କଣ କହିଲେ ପ୍ରଣବ ପ୍ରକାଶ ଦାସ ?

ରାଜସ୍ବ ମନ୍ତ୍ରୀଙ୍କୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଜବାବ ଦେଇଛନ୍ତି। ଶଙ୍ଖ ଭବନ ଜମି ଲିଜ୍ ପ୍ରସଙ୍ଗ ହେଉ ଅବା ନିର୍ମାଣ କାର୍ଯ୍ୟ ଏଥିରେ କୈାଣସି ଅସଙ୍ଗତି ନାହିଁ । ନୂଆ ମନ୍ତ୍ରୀ ହୋଇଥିବା ସୁରେଶ ପୂଜାରୀ ସମସ୍ତ ତଥ୍ୟ ସଂକ୍ରାନ୍ତରେ ଅବଗତ ନହୋଇ ଗଣମାଧ୍ୟମ ସାମ୍ନାକୁ ଆସି ମନଇଛା ବକ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସରକାରୀ ନିଷ୍ପତ୍ତି ଅନୁଯାୟୀ ଅତ୍ୟନ୍ତ ସ୍ୱଛତାର ସହ ବିଜେଡି ସମସ୍ତ କାର୍ଯ୍ୟ କରିଛି ବୋଲି ବବି କହିଛନ୍ତି।

ଶଙ୍ଖ ଭବନକୁ ନେଇ କଣ ଅଭିଯୋଗ ?

୪ଟି ପ୍ଲଟ୍ କୁ ମିଶାଇ ୧ ଏକର ୧୮୩ ଡିସିମିଲି ଜାଗା ଉପରେ ନିର୍ମିତ ହୋଇଛି ଶଙ୍ଖ ଭବନ । ସେଗୁଡ଼ିକ ହେଉଛି ଗଙ୍ଗନଗର ମୌଜାର ପ୍ଲଟ୍ ନଂ ୭୯୭(ptଟି), ପ୍ଲଟ୍ ନଂ ୮୦୦, ପ୍ଲଟ୍ ନଂ ୭୯୭/୮୪୯ ଏବଂ ପ୍ଲଟ୍ ନଂ ୭୯୮(pt) । ପ୍ରଥମ ତିନୋଟି ପ୍ଲଟ୍ ର କିସମ ଘରବାଡ଼ି ଥିଲା ବେଳେ ଚତୁର୍ଥ ପ୍ଲଟ୍ ଅର୍ଥାତ୍ ୭୯୮(pt) ର ଜାଗାର କିସମ ହେଉଛି ରୋଡ୍ ବା ସଡ଼କ। ଏଥିସହ ଏହି ସଂପତ୍ତି ବଜାର ମୂଲ୍ୟ 100କୋଟିରୁ ଅଧିକ ଟଙ୍କା ହୋଇଥିବା ବେଳେ ବେଞ୍ଚମାର୍କ ଦରଠାରୁ କମ୍ ଦାମରେ ଏହା ବିଜେଡିକୁ ଦିଆଯାଇଛି। ଯାହା ଦ୍ବାରା ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ସହିଥିବା ଅଭିଯୋଗ ହୋଇଛି।

Comments are closed.