ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅସୁସ୍ଥତା ଯୋଗୁଁ ଏକ ରୟାଲ ବେଙ୍ଗଲ ବାଘ ଛୁଆଟିର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଗତ ରବିବାର ଦିନ ବାଘ ଛୁଆଟି ଅସୁସ୍ଥ ହେବା ପରେ ଚିକିତ୍ସା କରାଯାଇଥିଲା। ଚିଡ଼ିଆଖାନାର ପଶୁ ଚିକିତ୍ସକଙ୍କ ପ୍ରୟାସ ସତ୍ତ୍ୱେ ଛୁଆଟିକୁ ବଞ୍ଚାଇପାରିନଥିଲେ।
ଉଲ୍ଲେଖଯୋଗ୍ୟ, ଧଳା ବାଘୁଣୀ ରୂପା ଗତ ବର୍ଷ ନଭେମ୍ବର ୨ ତାରିଖରେ ଚାରିଟି ଛୁଆକୁ ଜନ୍ମ ଦେଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଗୋଟିଏର ମୃତ୍ୟୁ ହୋଇଥିଲା। ଯାହା ପରେ ଚିଡ଼ିଆଖାନା କର୍ତ୍ତୃପକ୍ଷ ସିସିଟିଭି ମାଧ୍ୟମରେ ବାକି ଛୁଆଗୁଡ଼ିକ ଉପରେ ନଜର ରଖିଥିଲେ।
ତେବେ ଏହି ବାଘ ଶାବକର ମୃତ୍ୟୁ ପରେ ନନ୍ଦନକାନନରେ ରୟାଲ ବେଙ୍ଗଲ ବାଘଙ୍କ ସଂଖ୍ୟା ୨୭କୁ ହ୍ରାସ ପାଇଛି।
Comments are closed.