Latest Odisha News

BREAKING NEWS

ଗତପତି ଜଙ୍ଗଲରେ ଚିହ୍ନଟ ହେଲା ରୟାଲ ବେଙ୍ଗଲ ଟାଇଗର

ଭୁବନେଶ୍ୱର: ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ନିକଟରେ ଗଜପତି ଜିଲ୍ଲାର ଏକ ଜଙ୍ଗଲରେ ରୟାଲ ବେଙ୍ଗଲ ଟାଇଗର (ଆରବିଟି) ଦେଖିବାକୁ ମିଳିଛି। ସୂଚନାନୁସାରେ, ବନ ବିଭାଗ ଏକ ଫଟୋ ପ୍ରକାଶ କରିଛି, ଯେଉଁଠି ଜିଲ୍ଲାର ମହେନ୍ଦ୍ରଗିରି ଜଙ୍ଗଲରେ ଏହି ବାଘକୁ ଚିହ୍ନଟ କରାଯାଇଛି। ଅକ୍ଟୋବର ୧୯ ତାରିଖରେ ଜଙ୍ଗଲରେ ସ୍ଥାପିତ କ୍ୟାମେରାରେ ଉକ୍ତ ବାଘର ଫଟୋ କଏଦ ହୋଇଥିଲା।

ଜଙ୍ଗଲ ବିଭାଗ ବାଘ ଥିବା ଘଟଣା ଭଲ ଭାବେ ଯାଞ୍ଚ କରିବା ପରେ ମହେନ୍ଦ୍ରଗିରିର ସନ୍ତୋଷପୁର ଅଞ୍ଚଳରେ ରୟାଲ ବେଙ୍ଗଲ ଟାଇଗର ଥିବା ନିଶ୍ଚିତ କରିଛି। ସୂତ୍ରରୁ ପ୍ରକାଶ ଯେ ଅକ୍ଟୋବର ୧୯ ରାତିରେ ବାଘଟି ଜଙ୍ଗଲରେ ଗୋଟିଏ ଗାଈକୁ ହତ୍ୟା କରିଥିଲା। ଯଦିଓ ବନ ଅଧିକାରୀମାନେ ଏହି ବାଘର ମୂଳ ବାସସ୍ଥାନକୁ ନିଶ୍ଚିତ କରି ପାରିନାହାଁନ୍ତି। ତଥାପି ବାଘଟି ନିକଟସ୍ଥ ଜଙ୍ଗଲରୁ ମହେନ୍ଦ୍ରଗିରିକୁ ଆସିଥାଇପାରେ ବୋଲି ବନ ବିଭାଗ ପକ୍ଷରୁ ସନ୍ଦେହ କରାଯାଉଛି।

Comments are closed.