Latest Odisha News

BREAKING NEWS

ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ

ଗୌହାଟୀ: ୫ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଚଳିତ ଆଇପିଏଲରେ ନୈରାଶ୍ୟଜନକ ଢ଼ଙ୍ଗରେ ଅଭିଯାନ ଆରମ୍ଭ କରିଛି । ଯଶସ୍ୱୀ ଜୈସୱାଲ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରାଜସ୍ଥାନ ୧୨.୧ ଓଭରରେ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୧୨୭ ରନରେ ଅଲଆଉଟ ହୋଇ ଯାଇଥିଲା । ଜେମୀ ଓଭରଟନ ୪୩ ରନ କରିବା ଯୋଗୁ ଦଳ ୧୦୦ରୁ ଊର୍ଦ୍ଧ୍ୱ ସ୍କୋର କରିପାରିଥିଲା । ଜୋଫ୍ରା ଆର୍ଚ୍ଚର, ନାନ୍ଦ୍ରେ ବର୍ଗର ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ ନେଇଥିଲେ ।

୧୨୮ ରନର ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା । ଯଶସ୍ୱୀ ୩୬ ବଲରୁ ୩୮ ରନ କରି ଅପରାଜିତ ରହିଥିବା ବେଳେ ବୈଭବ ୧୭ ବଲରେ ୫୨ ରନ କରିଥିଲେ । ଧ୍ରୁବ ଜୁରେଲ ୧୮ ଓ ର‌୍ୟାନ ପରାଗ ୧୪ ରନ କରିଥିଲେ । ଏହି ମ୍ୟାଚରେ ଚେନ୍ନାଇର ଦୁଇ ଷ୍ଟାର ଖେଳାଳି ଏମଏସ ଧୋନୀ ଓ ଡେୱାଲ୍ଡ ବ୍ରେଭିସ ଖେଳୁ ନ ଥିଲେ । ଉଭୟ ଆଘାତ ସମସ୍ୟାରେ ପଡିଛନ୍ତି । ରାଜସ୍ଥାନ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।

Leave A Reply

Your email address will not be published.