Latest Odisha News

BREAKING NEWS

‘RRR’ ହଜାରେ କୋଟି ପାର୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏସ. ଏସ. ରାଜାମୌଲିଙ୍କ ଫିଲ୍ମ ‘ଆରଆରଆର’ ବକ୍ସ ଅଫିସରେ ଆଉ ଏକ ରେକର୍ଡ କରିଛି । ଫିଲ୍ମଟି ରିଲିଜ ହେବାର ୧୬ ଦିନ ମଧ୍ୟରେ ସାରା ବିଶ୍ୱରେ ୧୦୦୦ କୋଟି କ୍ଲବରେ ସାମିଲ ହୋଇଛି। ବିଶ୍ୱସ୍ତରରେ ୧୦୦୦ କୋଟି ଟପିଥିବା ଅନ୍ୟ ଫିଲ୍ମ ଗୁଡିକ ହେଲା ‘ଦଙ୍ଗଲ’ ଏବଂ ରାଜାମୌଲୀଙ୍କ ଫିଲ୍ମ ‘ବାହୁବଳୀ-୨’। ତେବେ ‘ବଜରଙ୍ଗୀ ଭାଇଜାନ୍’, ‘ସିକ୍ରେଟ୍ ସୁପରଷ୍ଟାର୍’ ଓ ‘ପିକେ’କୁ ପଛରେ ପକାଇ ତୃତୀୟ ସର୍ବାଧିକ ଆୟକାରୀ ଭାରତୀୟ ଫିଲ୍ମର ମାନ୍ୟତା ହାସଲ କରିଛି ଆରଆରଆର ।

ଫିଲ୍ମର ହିନ୍ଦୀ ସଂସ୍କରଣ ମଧ୍ୟ ୨୦୦ କୋଟିରୁ ଅଧିକ ରୋଜଗାର କରିଛି। ଆରଆରଆରର ସାରା ଭାରତରେ ଏଯାବତ ମୋଟ୍ ୮୦୦ କୋଟି ରୋଜଗାର କରିଛି। ଘରୋଇ ବକ୍ସ ଅଫିସରେ ଏଭଳି ସଫଳତା ହାସଲ କରିଥିବା ରାଜାମୌଲିଲିଙ୍କର ଏହା ଦ୍ୱିତୀୟ ଫିଲ୍ମ । ଯାହା ଏତେ ଭଲ ପ୍ରଦର୍ଶନ କରିଛି। ଏହାପୂର୍ବରୁ ପ୍ରଥମ ଚଳଚ୍ଚିତ୍ରଟି ହେଲା ବାହୁବଳୀ । ଏହି ଫିଲ୍ମ ତେଲୁଗୁ ଭାଷାରେ ଏକାକୀ ୪୦୦ କୋଟି ରୋଜଗାର କରିଛି।

ଆକ୍ସନ ଫିଲ୍ମ ‘ଆରଆରଆର’ ପ୍ରଥମ ଭାରତୀୟ ଫିଲ୍ମ ଭାବେ ଡଲବି ସିନେମାରେ ରିଲିଜ୍ ହୋଇଛି। ‘ଆରଆରଆର’ ଭାରତର ସ୍ୱାଧୀନତା ସଂଗ୍ରାମୀ କୋମାରାମ ଭୀମ (ଜୁନିୟର ଏନଟିଆର) ଏବଂ ଅଲ୍ଲୁରୀ ସୀତାରାମ ରାଜୁ (ରାମ ଚରଣ)ଙ୍କ ଏକ କାଳ୍ପନିକ କାହାଣୀକୁ ନେଇ ତିଆରି ହୋଇଛି ।ଏହି ବହୁଭାଷୀ ଫିଲ୍ମଟି ରିଲିଜ ହେବା ପରଠାରୁ ବକ୍ସ ଅଫିସରେ ଧମାଲ କରିଛି।

ଏହି ଫିଲ୍ମରେ ରାମ ଚରଣ, ଜୁନିୟର ଏନଟିଆର, ଅଜୟ ଦେବଗନ, ଆଲିଆ ଭଟ୍ଟ, ଅଲିଭିୟା ମୋରିସ, ସାମୁଥିରାକାନୀ, ରେ ଷ୍ଟିଭେନସନ, ଆଲିସନ ପ୍ରମୁଖ ଅଭିନୟ କରିଛନ୍ତି। ୨୦୨୨ ମାର୍ଚ୍ଚ ୨୫ରେ ମୁକ୍ତିଲାଭ କରିଥିଲା।

Comments are closed.