Latest Odisha News

BREAKING NEWS

‘ବାରାଣସୀ’ ଘାଟରୁ ରେକର୍ଡ କରିବାକୁ ପ୍ରସ୍ତୁତ ମହେଶ ବାବୁ ଓ ପ୍ରିୟଙ୍କା…

ମୁମ୍ବାଇ: ଏସଏସ ରାଜମୌଲିଙ୍କ ଫିଲ୍ମ ଏସଏସଏମବି ୨୯ ପାଇଁ ବହୁତ ଦିନ ଧରି ପ୍ରସ୍ତୁତି କରିଆସୁଛନ୍ତି। ତେବେ ସେ ନଭେମ୍ବର ୧୫ରେ ଏକ କାର୍ଯ୍ୟକ୍ରମରେ ଫିଲ୍ମର ଟାଇଟଲ୍ ପ୍ରକାଶ କରିଥିଲେ। ଯାହାର ନାଁ ରହିଛି ବାରାଣସୀ।

ବର୍ତ୍ତମାନ ନିର୍ମାତାମାନେ ଫିଲ୍ମର ସାଢେ ତିନି ମିନିଟର ଟିଜର ସେୟାର କରିଥିଲେ। ଯେଉଁଥିରେ ପ୍ରିୟଙ୍କା ଚୋପ୍ରା ଓ ମହେଶ ବାବୁଙ୍କ ଫାଷ୍ଟ ଲୁକ୍ ଦେଖିବାକୁ ମିଳିଛି। ୩ ମିନିଟ ୪୦ ସେକେଣ୍ଡର ଏହି ଟିଜରର ଆରମ୍ଭ ମନ୍ଦିରର ଘଣ୍ଟି ଶବ୍ଦରୁ ହୋଇଛି ଓ ପରେ ବନାରସର ଘାଟଗୁଡ଼ିକୁ ଦେଖାଯାଇଛି।ଏଥିସହିତ ଆଣ୍ଟାର୍କଟିକାର ରସ୍ ଆଇସ୍ ସେଲ୍ଫକୁ ମଧ୍ୟ ଟିଜର ରେ ଦେଖାଯାଇଛି। ଆଫ୍ରିକା ଏବଂ ଉଗ୍ରଭଟ୍ଟି ଗୁମ୍ଫା ସହିତ ଅନେକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦର୍ଶକ ମାନଙ୍କୁ ସ୍ତବ୍ଧ କରିଦେଇଥିଲା। ଏହି ଟିଜର୍ ରେ ଭଗବାନ ହନୁମାନଙ୍କ ଏକ ଝଲକ ମଧ୍ୟ ଦେଖିବାକୁ ମିଳିଥିଲା।

ମୁଖ୍ୟ ଭୂମିକାରେ ଥିବା ମହେଶ ବାବୁ ରୁଦ୍ର ରୂପରେ ନନ୍ଦୀଙ୍କ ଉପରେ ବସିଥିବାର ନଜର ଆସିଛନ୍ତି। ଫିଲ୍ମର ଟିଜର ସେୟାର କରିଛନ୍ତି। ତେବେ ମହେଶ ବାବୁ ଫିଲ୍ମ ବାରାଣସୀରେ ରୁଦ୍ର ଭୂମିକାରେ ନଜର ଆସିବେ କିନ୍ତୁ କିଛି ସିକ୍ୱେନ୍ସରେ ସେ ଭଗବାନ ରାମଙ୍କ ଚରିତ୍ରରେ ମଧ୍ୟ ଦେଖାଯିବେ। ଏହି ଫିଲ୍ମଟି ୨୦୨୭ରେ ମୁକ୍ତିଲାଭ କରିବ ଏବଂ ଏଥିରେ ମହେଶ ବାବୁଙ୍କ ବ୍ୟତୀତ ପ୍ରିୟଙ୍କା ଚୋପ୍ରା ଏବଂ ପୃଥ୍ୱୀରାଜ ସୁକୁମାରନ୍ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।

 

Comments are closed.