Latest Odisha News

BREAKING NEWS

ପାରାଦୀପ: ଗାଡ଼ିରୁ ଜବତ ହେଲା ୧ ଲକ୍ଷ ୪୮ ହଜାର ଟଙ୍କା

ପାରାଦୀପ: ପାରାଦୀପ ରଙ୍ଗିଆଗଡ଼ ଫ୍ଲାଏ ଓଭର ନିକଟରେ ଶନିବାର ଦିନ ଏକ କାର ମଧ୍ୟରୁ ୧ ଲକ୍ଷ ୪୮ ହଜାର ଟଙ୍କା ଜବତ କରିଛନ୍ତି ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ଼ ।

ସୂତ୍ରରୁ ଜଣାପଡ଼ିଛି, ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ଼ର ସଦସ୍ୟମାନେ ଫ୍ଲାଏ ଓଭର ଉପରେ ଏକ କାରକୁ ଅଟକାଇ ଯାଞ୍ଚ କରିଥିଲେ । ଏହି ଯାଞ୍ଚ କରିବା ସମୟରେ କାର୍ ମଧ୍ୟରୁ ଏତେ ପରିମାଣର ଟଙ୍କା ଜବତ ହୋଇ ପାରିଥିଲା । ପୋଲିସ କାର ଓ ଟଙ୍କା ଜବତ କରିବା ସହିତ ଜଣେ ବ୍ୟକ୍ତିକୁ ଅଟକ ରଖିଛନ୍ତି ।

ଏନେଇ ତଦନ୍ତ ଜାରି ରହିଥିବା ସହିତ ଅଧିକ ସୂଚନା ନିମନ୍ତେ ଅଟକ ବ୍ୟକ୍ତିକୁ ଥାନାରେ ପୋଲିସ ପଚରାଉଚରା କରୁଛି ।

Leave A Reply

Your email address will not be published.