Latest Odisha News

BREAKING NEWS

ଜୀବନ ଗଲେ ଦାୟୀ ରହିବେ ପତ୍ନୀ; ଭରଣପୋଷଣ ପାଇଁ ମାଗୁଛନ୍ତି ୧ କୋଟି

 

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ପରେ ସାରା ଦେଶରେ ଯୌତୁକ ବ୍ୟବସ୍ଥା ଆଇନକୁ ନେଇ ବିତର୍କ ଆରମ୍ଭ ହୋଇଛି। ଏହାରି ମଧ୍ୟରେ ଗୁରୁଗ୍ରାମରେ ରହୁଥିବା ଜଣେ ୟୁଏକ୍ସ ଡିଜାଇନର୍ ଏହି ଆଇନରେ କିଭଳି ଛନ୍ଦି ହୋଇପଡିଛନ୍ତି ତାହା ବଖାଣିଛନ୍ତି।

ସ୍ୱାମୀଙ୍କ ବିରୋଧରେ ତାଙ୍କ ପତ୍ନୀ ଯୌତୁକ ସମ୍ବନ୍ଧୀୟ ଏବଂ ଘରୋଇ ହିଂସା ଭଳି ମିଥ୍ଯା ମାମଲା ଦାୟର କରିଥିବା ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ସ୍ୱାମୀ ଜଣକ ଲେଖିଛନ୍ତି ଯେ ବିବାହର ମାତ୍ର ୬ ମାସ ପରେ ପତ୍ନୀ ତାଙ୍କ ବିରୋଧରେ ଯୌତୁକ ସହିତ ପାରିବାରିକ ହିଂସା ମାମଲା ରୁଜୁ କରିଥିଲେ। ଏଥିରେ ମାସକୁ ୧.୫ ଲକ୍ଷ ଟଙ୍କା ଭରଣପୋଷଣ ସହିତ ୧ କୋଟି ଟଙ୍କା ଏବଂ ଗୋଟିଏ ଘର ମଧ୍ଯ ଦାବି କରିଛନ୍ତି।

ଲିଙ୍କଡିନରେ ଏକ ପୋଷ୍ଟରେ ନିଜର ନିର୍ଯ୍ୟାତନା ବିଷୟରେ ଆଲୋକ ମିତ୍ତଲ କହିଛନ୍ତି ଯେ ପତ୍ନୀଙ୍କ ବିରୋଧରେ କରିଥିବା ପୋଷ୍ଟଗୁଡିକୁ ହଟାଇବାକୁ ତାଙ୍କୁ ଧମକ ମଧ୍ଯ ଦିଆଯାଉଛି। ଯଦି ସେ ତାହା ନକରନ୍ତି ତେବେ ଆଉ ଏକ ମାମଲା ଦାୟର କରିବେ ସେ ବୋଲି ଧମକ ଦେଇଛନ୍ତି। ସେ ଆହୁରି ମଧ୍ଯ କହିଛନ୍ତି ଯଦି ମୋ ସହିତ କିଛି ଘଟେ, ତେବେ ଏଥିପାଇଁ କିଏ ଦାୟୀ ରହିବ?

ଆଲୋକ ମିତ୍ତଲଙ୍କ ଅନୁଯାୟୀ, ଦୁହେଁ ମେ ୨୦୨୩ରେ ଦିଲ୍ଲୀରେ ବିବାହ କରିଥିଲେ। ଯାହା ପରେ ତାଙ୍କର ଚାକିରି ଚାଲିଯାଇଥିଲା। ପରେ ବାପା ହେବାର ଖୁସି ଖବର ପାଇବା ପରେ ତାଙ୍କ ଉପରେ ନୂଆ ଚାକିରି ପାଇଁ ଚାପ ପଡିଥିଲା। ପାଖାପାଖି ପାଞ୍ଚ ମାସର ଚେଷ୍ଟା ପରେ ସେ ନଭେମ୍ବର ୨୦୨୩ରେ ବେଙ୍ଗାଲୁରୁରେ ଚାକିରି ପାଇଥିଲେ। ଯେତେବେଳେ ସେ ତାଙ୍କ ପତ୍ନୀଙ୍କୁ ସାଙ୍ଗରେ ନେବାକୁ ଚାହିଁଥିଲେ ସେତେବେଳେ ପରିସ୍ଥିତିକୁ ଦେଖି ତାଙ୍କ ପତ୍ନୀ ପିତାମାତାଙ୍କ ସହିତ ରହିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ତାଙ୍କୁ ଏକାକୀ ବେଙ୍ଗାଲୁରୁ ଯିବାକୁ ପଡିଥିଲା।

ପରବର୍ତ୍ତୀ ସମୟରେ ସେ ନଆସି ଆଲୋକଙ୍କ ଉପରେ ଦିଲ୍ଲୀ ଫେରିବାକୁ ପ୍ରବଳ ଚାପ ପକାଇଥିଲେ। ନିଜ ପୁଅ ପାଇଁ ପତ୍ନୀ କଥାରେ ରାଜି ମଧ୍ଯ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ କରିଥିଲେ ପତ୍ନୀ। ଏପରିକି ମୋ ୭୦ ବର୍ଷୀୟ ମା’ ବିରୋଧରେ ମଧ୍ଯ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ।

ଆଲୋକ ଆହୁରି ମଧ୍ଯ ଲେଖିଛନ୍ତି ଯେ ମୁଁ ଥରେ ମୋ ପୁଅକୁ କୋଳରେ ଧରିଥିଲି ସେତେବେଳେ ତାକୁ ୯ ଦିନ ହୋଇଥିଲା। ବର୍ତ୍ତମାନ ତାକୁ ୧୦ ମାସ ହୋଇଗଲାଣି। ସେହି କିଛି ସମୟର ସ୍ମୃତି ବ୍ୟତୀତ ମୋ ପାଖରେ ଆଉ କିଛି ନାହିଁ। ମୋ ପତ୍ନୀ ପୁଅକୁ ମଧ୍ଯ ଦେଖିବାକୁ ଦେଉନାହିଁ।

Comments are closed.