ଭୁବନେଶ୍ୱର: ଶୂନ୍ୟକାଳରେ ବିରୋଧୀଙ୍କୁ କଡା ଟାର୍ଗେଟ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ବିରୋଧୀଙ୍କ ହାଙ୍ଗାମା ଯୋଗୁଁ ନଷ୍ଟ ହେଲାଣି 12 କୋଟି । ସାଧାରଣ ଲୋକଙ୍କ ରାଜକୋଷର ଅର୍ଥରେ ବିଧାନସଭା ଚାଲିଛି । ପ୍ରତିଦିନ ପ୍ରାୟ 68 ରୁ 70 ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ବିଧାନସଭା ବନ୍ଦ କରି 12 କୋଟି ଟଙ୍କା ରାଜସ୍ବ ନଷ୍ଟ ହେଲାଣି।
ବିଧାନସଭାରେ ଅଭାବନୀୟ ପରିସ୍ଥିତି ଚାଲିଛି । କୌଣସି ସେସନରେ ବଜେଟ ଆଲୋଚନା ବେଳେ ବିରୋଧୀ ଦଳ ସଦଶ୍ୟ ଭାଗ ନିଅନ୍ତି । କିନ୍ତୁ ଲଗାତାର ଭାବେ ଏହାର ବ୍ୟତିକ୍ରମ ଦେଖା ଯାଉଛି । 24 ବର୍ଷ ଶାସନ ଦଳ ଯଦି ବିଧାନସଭାର ଵିଧି ବ୍ୟବସ୍ଥା ପାଳନ କରିବେ ନାହିଁ ଏହାଠୁ ଦୁର୍ଭାଗ୍ୟ କିଛି ନାହିଁ ।
ଧାନ କିଣା ନାଁରେ ପ୍ରଥମେ ବିରୋଧୀ ବିଧାନସଭା ବନ୍ଦ କରିଲେ । କୌଣସି ଚାଷୀ ଆପଣଙ୍କ ସହ ନଥିଲେ । ଏବେ ଏସସିବି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ପହଂଚି ଥିଲେ । କୌଣସି ଦୁର୍ଘଟଣା ସ୍ଥଳକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଯିବାକୁ ପସନ୍ଦ କରୁନଥିଲେ । ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦେଶ ଦିଆଗଲା । ଗୋଟିଏ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ କରାଗଲା । ଯିଏ ଦୋଷୀ ତାଙ୍କ ଉପର ଆକ୍ସନ ବି ହେଲା ।
ଇତିଶ୍ରୀ , ବେବିନା, ମାଧବୀଲତା, ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ପୂର୍ବତନ ଗୃହ ମନ୍ତ୍ରୀ ଇସ୍ତଫା ଦେଇଥିଲେ କି ? ସାକ୍ଷୀଙ୍କୁ ହତ୍ୟା କରା ଯାଇଥିଲା । ଜଣେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଗଲା ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ଇସ୍ତଫା ଦେଇଥିଲେ କି? ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କୁ ଅନୁରୋଧ ବିଧାନସଭାକୁ
ଚଳାଇ ଦେବା ପାଇଁ । ହେଲେ କୌଣସି ଉତ୍ତର ଆସି ନ ଥିଲା । ବିରୋଧୀଙ୍କ ଡର କଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି।
BREAKING NEWS
- ମଦ ନେଲା ଜୀବନ;କକାର ଟାଙ୍ଗିଆ ଚୋଟରେ ପୁତୁରାର ଜୀବନ ଗଲା
- ରଣଜୀ ଟ୍ରଫି: କେରଳଠାରୁ ପରାସ୍ତ ହେଲା ଓଡ଼ିଶା
- ଆପଣମାନେ ଜେନ୍-ଜି ନୁହଁନ୍ତି : ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ଆବେଦନ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ଟିପ୍ପଣୀ
- ନ୍ୟୁଜିଲାଣ୍ଡ ପାଇଁ ବଡ଼ ବିପଦ ସାଜିଛନ୍ତି ଭୁବନେଶ୍ୱର କୁମାର
- ଲେଜର ରଶ୍ମିର କମାଲ: ପ୍ଲାଷ୍ଟିକରୁ ତିଆରି ହେଲା ହୀରା
- ସୌଭାଗ୍ୟ ଥିଲେ ମହାପ୍ରଭୁଙ୍କ ଦର୍ଶନ ମିଳେ: ପବିତ୍ର ବିଜୟା ଦଶମୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଗୋବିନ୍ଦା
- ବିସିସିଆଇ ସଭାପତିଙ୍କ ବଡ଼ ବୟାନ: ବୟସ ନୁହେଁ, ଫିଟନେସ୍ ଓ ଫର୍ମ ଦେଖି ରୋହିତ-ବିରାଟଙ୍କ ଚୟନ ହେବ
- ଜନ ସମୁଦ୍ରରେ ଶେଷ ହେଲା ଯୋଡି ଛତର ଯାତ୍ରା
- ସୁବର୍ଣ୍ଣରେଖା ନଦୀରେ ଅଘଟଣ;ବୁଡିଗଲେ ୨ ଭାଇ
- Kotia Border Dispute:ଦଳ ମତ ନିର୍ବିଶେଷରେ କୋଟିଆ ପାଇଁ ଏକାଠି ହେବା ଦରକାର: ଧର୍ମେନ୍ଦ୍ର ପ୍ରଧାନ

Comments are closed.