Latest Odisha News

କଦଳୀ କାନ୍ଧି ଭିତରେ ଚୋରା ଚାଲାଣ; ୨.୪୫ କୋଟିର ଗଞ୍ଜେଇ ଜବତ

ଭୁବନେଶ୍ୱର: କଦଳୀ କାନ୍ଧି ଭିତରେ ୨.୪୫ କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଟ୍ରକ୍ ବୁଧବାର ଦିନ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ) ଦ୍ୱାରା ଧରାପଡିଛି । ବିଶାଖାପାଟଣାରୁ ଭୁବନେଶ୍ୱରକୁ ଟ୍ରକ ଯୋଗେ ଆସୁଥିବା ଗଞ୍ଜେଇ ବିଶାଖାପାଟଣାର ଏନଏଡି ଜଙ୍କସନରେ ଧରାପଡିଛି ।

ଡିଆରଆଇର ବିଜ୍ଞପ୍ତି ଅନୁସାରେ, ଟ୍ରକରେ ଥିବା କଦଳୀ କାନ୍ଧି ଭିତରେ ୪୦ଟି ବ୍ୟାଗରେ ୮୦୦ଟି ଗଞ୍ଜେଇ ପ୍ୟାକେଟ ଲୁଚାଯାଇଥିଲା । ୮୦୦ଟି ପ୍ୟାକେଟରୁ ୧୬୩୮ କିଲୋ ଗଞ୍ଜେଇ ଜବତ ହୋଇଛି ।

ନରସିପଟ୍ଟନମରେ ଟ୍ରକ ଭିତରେ ଗଞ୍ଜେଇ ବୋଝେଇ କରି ଟ୍ରକ ଚାଳକକୁ ଅନକାପ୍ପଲେ ଠାରେ ହସ୍ତାନ୍ତର କରାଯାଇ ଭୁବନେଶ୍ୱରକୁ ପହଂଚାଇବା ପାଇଁ ପ୍ରସ୍ତୁତ କରାଯାଇଥିଲା । ଟ୍ରକ୍ ଡ୍ରାଇଭର ସମେତ ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ୪ଜଣଙ୍କୁ ଡିଆରଆଇ ଅଧିକାରୀ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି ।

Comments are closed.