ଭୁବନେଶ୍ୱର: ଚୌଦ୍ୱାର ସର୍କଲ ଜେଲରୁ କାନ୍ଥ ଡେଇଁ ଖସି ପଳାଇଥିବା ଦୁଇ ବିଚାରାଧୀନ କଏଦୀଙ୍କ ବିଷୟରେ ସୂଚନା ଦେଲେ ମିଳିବ ସହାୟତା ରାଶି। ଏନେଇ ଶୁକ୍ରବାର ଓଡ଼ିଶା ପୋଲିସ ୫୦,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି।
ଗୁରୁବାର ବିଳମ୍ବିତ ରାତିରେ କର୍ମଚାରୀ ଏବଂ କଏଦୀମାନେ ଦଶହରା ପାଳନ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ତେବେ ପୋଲିସ ଏହି ଦୁହିଁଙ୍କୁ ଖୋଜିବା ଏବଂ ଧରିବାରେ ସହାୟତା କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛି। ଅପରପକ୍ଷରେ ସୂଚନାଦାତାଙ୍କ ପରିଚୟ ଗୋପନୀୟ ରହିବ ବୋଲି କୁହାଯାଇଛି।
ଜାନୁଆରୀ ମାସରେ ଯାଜପୁର ଜିଲ୍ଲାରେ ଏକ ଅଳଙ୍କାର ଦୋକାନ ଲୁଟ ଏବଂ ହତ୍ୟା ମାମଲାରେ ବିହାରର ବାସିନ୍ଦା ରାଜା ସାହାଣୀ ଏବଂ ଚନ୍ଦ୍ରକାନ୍ତ କୁମାରଙ୍କୁ ଗିରଫ କରାଯାଇଥିଲା।
ତେବେ କର୍ତ୍ତବ୍ୟରେ ଅବହେଳା ପାଇଁ ଜେଲର ଜଣେ ମୁଖ୍ୟ ୱାର୍ଡର ଏବଂ ଅନ୍ୟ ଜଣେ ୱାର୍ଡରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ଜାନୁଆରୀରେ ପାଣିକୋଇଲିରେ ଏକ ଅଳଙ୍କାର ଲୁଟ୍ ଘଟଣାରେ ଏହି ଦୁଇ ଜଣ ଧରାପଡିଥିଲେ। ଲୁଟ୍ ବେଳେ ଅଳଙ୍କାର ଦୋକାନ ଉପରକୁ କରିଥିଲେ ଗୁଳିମାଡ଼। ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିଲା। ସୁନା ଚୋରି ଓ ମର୍ଡର କେସ୍ ରେ ସମ୍ପୃକ୍ତ ଥିଲେ ୨ ଡକାୟତ।
Comments are closed.