Latest Odisha News

BREAKING NEWS

୬୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ଦିଲ୍ଲୀ: ଗୁଜୁରାଟ ଏଟିଏସକୁ ବଡ ସଫଳତା । ୬୦୦ କୋଟିର ଡ୍ରଗ୍ସକୁ ଜବତ କରିଛି ଗୁଜୁରାଟ ଏଟିଏସ । ଗୁଜୁରାଟର ମୋରବୀ ଜିଲ୍ଲାରୁ ଏହି ଡ୍ରଗ୍ସ ଜବତ କରାଯାଇଛି । ପ୍ରାୟ ୧୨୦ କିଲୋଗ୍ରାମର ଡ୍ରଗ୍ସ ଯାହାର ଆନୁମାନିକ ମୂଲ୍ୟ ୬୦୦ କୋଟି ବୋଲି କୁହାଯାଉଛି । ପାକିସ୍ତାନର ଡ୍ରଗ୍ସ ମାଫିଆ ଖାଲିଦ ବକ୍ସଙ୍କ ଏହି ଡ୍ରଗ୍ସ କାରବାରରେ ହାତ ଥିବା କୁହାଯାଉଛି ।

ପାକିସ୍ତାନରୁ ଏହି ଡ୍ରଗ୍ସ ଭାରତକୁ ଚୋରାଚାଲାଣ କରାଯାଉଥିଲା । ହେଲେ ଏହା ଲୋକଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଏହାକୁ ଜବତ କରିଛି ଗୁଜୁରାଟ ଏଟିଏସ ।

୬୦୦ କୋଟି ଟଙ୍କାର ଡ୍ରଗ୍ସ ସହ ୩ ଜଣଙ୍କୁ ଗିରଫ କରାଯାଇଛି । ସବୁଠୁ ବଡ କଥା ହେଲା ଏହି ଡ୍ରଗ୍ସ କାରବାରର ମାଷ୍ଟରମାଇଣ୍ଡ ଥିବା ଖାଲିଦର ସମ୍ପର୍କ ଜୈସ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଙ୍ଗଠନ ସହ ଥିବା ଜଣାପଡିଛି ।

Leave A Reply

Your email address will not be published.